ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷର ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଜନରାଜ୍ୟ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ଏକ ସଭାରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଂଯୋଜନା କରି ଏହି ଦିବସରେ ତାତ୍ପର୍ଯ୍ୟ ଓ ଇତିହାସ ବର୍ଣ୍ଣନା କରି ଭାରତର ସମ୍ବିଧାନ ପ୍ରତି ସମସ୍ତେ ସମ୍ମାନ ଜଣାଇ ଉପଯୁକ୍ତ ଜନପ୍ରତିନିଧି ଚୟନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ଗୋପାଳ ଚନ୍ଦ୍ର ମହାରଣା ଓ ସନ୍ତୋଷ କୁମାର ମହାରଣା, ବୟୋଜ୍ୟେଷ୍ଠ ସଦସ୍ୟ ଦାଶରଥି ସାହୁ, ଜୁରିଆ ପ୍ରଧାନ, ସତ୍ୟବାଦୀ ସାହୁ, ସୋମନାଥ ବେହେରା, ହରିବନ୍ଧୁ ପ୍ରଧାନ, ଭଗବାନ ସାହୁ, ବିଶ୍ୱନାଥ ପ୍ରଧାନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଭାପତି ନରହରି ପ୍ରଧାନ ବରିଷ୍ଠମାନେ ଗାଁ, ରାଜ୍ୟ ଓ ଦେଶ ପ୍ରତି ସମ୍ମାନ ଜଣାଇ ଉତ୍ତର ପିଢ଼ିଙ୍କ ପାଇଁ ଉଦାହରଣ ହେବା ପାଇଁ ପରାମର୍ଶ ଦେଇଥିଲେ ।
Prev Post