ତୁଷୁରା, (କେପିଏନ୍ଏସ୍) : ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଚେୟାରମେନ ଅଜୟ ଜୟଶ୍ୱାଲ, ଭାଇସ୍ ଚେୟାରମେନ ମାମି ଦାସ, ଆଇଆଇସି ମନୋଜ ପ୍ରଧାନ, ମାର୍ଚେଣ୍ଟ ଆସୋସିଏସନ୍ ସଭାପତି ଦିନଦୟାଲ କେଡିଆ, କାଉନ୍ସିଲର୍ ମିତାଲି ସାହୁ, ସୁଷମା ସାହୁ, ବବିତା ସାହୁ ଓ ବିଏସ୍ଏଫ୍ ଯବାନ ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଂଯୋଜନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାଉନ୍ସିଲର୍ ଚିନ୍ତାମଣି ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଲମ୍ବୋଦର ନାୟକ, ପିଣ୍ଟୁ ବିଶ୍ୱାଳ, ରମାକାନ୍ତ ବିଶ୍ୱାଳ ଓ ଏନ୍ଏସି ତୁଷୁରାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।