ଜୟପାଟଣା ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଜାତୀୟ ଦିବସ ପାଳନ କମିଟି ଆନୁକୂଲ୍ୟରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜୟପାଟଣା ତହସିଲଦାର ସୁଶ୍ରୀ ଦୀପ୍ତି ରେଖା ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ ସହିତ ପ୍ୟାରେଡ ଦଳ ମାନଂକ ଠାରୁ ଅଭିବାଦନ ଗ୍ରହଣ କରିଥଲେ । ଅନ୍ୟାନ୍ୟ ଅତିଥି ଭାବାରେ ଅତିରିକ୍ତ ତହସିଲଦାର ଅର୍ମନ ଦେବ, ଉମାଶଙ୍କର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ସିଂହ ମାଝୀ, ଖଳିଆଭଟା ଏସ୍‌ଏସ୍‌ଡି ହାଇ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ପାଇଁ ଅତିରିକ୍ତ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ କଳା ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସମ୍ମାନଜନକ ତହସିଲଦାର ଟ୍ରଫି ପ୍ରଦାନ କରାଯାଇଥିଲା । ଅଧ୍ୟାପକ ପ୍ରତାପ ଦାସ ଅଧିକାରୀ, ଦିବାକର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ରାଉତ, ସିଦ୍ଧାର୍ଥ ମିଶ୍ର, ସୁଧାକର ପଣ୍ଡା, ପୁରୁଷୋତ୍ତମ ମାଝୀ ପ୍ରମୁଖ ପରିଚାଳନା କରିଥିଲେ । ସେହିଭଳି ଜୟପାଟଣା ବିଜେପି କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ ମହା ସମାରୋହରେ ପାଳିତ ହୋଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥା ଓ ମୁଖିଗୁଡ଼ା ସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ ଅନୁଷ୍ଠିତ ହେଇଯାଇଛି । ମଙ୍ଗଳପୁର ସ୍ଥିତ ହାତୀ ବେରେଜକୁ ମଧ୍ୟ ଗଣତନ୍ତ୍ର ଦିବସ ଅବସରରେ ସୁନ୍ଦର ଆଲୋକ ମାଳାରେ ସଜା ଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.