ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ଶ୍ରୀ ପଞ୍ଚମୀ ତଥା ବୀରସୁରେନ୍ଦ୍ର ସାଏ ଜୟନ୍ତୀ ଏବଂ ନେତାଜୀ ଜୟନ୍ତୀ ଅବସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସେଲେଡି ଝାରପଡା ମାତୃବିହାର ତାର ୧୬ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ମ୍ୟାନେଜିଙ୍ଗ ଟ୍ରଷ୍ଟି ଶାଶ୍ୱତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସୁଧାଂଶୁ ଲୁହା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ବିଶ୍ୱମ୍ବର ମିଶ୍ର, ବିଧାୟକ ପ୍ରତିନିଧି ଦନାର୍ଦନ ଖମାରୀ, ଶିକ୍ଷକ ହିମାଂଶୁ ପଣ୍ଡା ଯୋଗ ଦେଇଥିଲେ । ସୀମାଞ୍ଜଳୀ ପ୍ରଧାନ ଦୁର୍ଗାସ୍ତୋତ୍ର ପଠନ କରିଥିଲେ, ସଭାପତି ମଧୁମିତା ପରମଗୁରୁ ସ୍ୱାଗତ ଭାଷଣ ଦେଇଥିଲେ ଶିକ୍ଷାକେନ୍ଦ୍ର ଅଧକ୍ଷ ସନ୍ତୋଷ କୁମାର ସାଲିମା ବାର୍ଷିକ ବିବରଣୀ ପାଠ କରିଥିଲେ । ଉପାଧକ୍ଷ ତରଙ୍ଗିନୀ ଶଙ୍ଖୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କିଣୁ ଜଗଦଲାଙ୍କ ସମ୍ପାଦକୀୟ ଏକ ୱାଲ ମ୍ୟାଗାଜିନ କୁସୁମ କଳିକା ଉନ୍ମୋଚିତ ହୋଇଥିଲା । ସସ୍ମିତା ପରମଗୁରୁ, ବେଦବର ପାତ୍ର, ଅରୁଣା ନାଏକ, ଇତିଶ୍ରୀ ନେଗୀ, ସ୍ୱପ୍ନା ବାରିକ, ଅନିତା ବାରିକ, ସୁବଲୟା ମହଲା ସଂସୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଙ୍କିତା ପୁଜାହାରୀ ଓ ମ୍ୟୁଜିକ ହାଉସର ଅପାମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତିର୍ମୟୀ ବାଗ ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦି ୟର, ସାଇ ଭୁଏ ଜୁନିୟର ଚମ୍ପିଅନ, ଓମ କୁମାର ଲବଣିଆ ସିନିୟର ଚମ୍ପିଅନ, ନିରାକାର ଜଗଦଲା ବେଷ୍ଟ ଟିଚର ଅଫ ଦ ୟର, ରୁକ୍ମିଣୀ ସାହୁଙ୍କୁ ଉତ୍ତମ ଉପସ୍ଥାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଗେଲବତୀ ବଡମାଳୀ, ସ୍ଵାଗତିକା ମିଶ୍ର, କମଳ ସେଠୀ, ଅଙ୍କିତ ସାହୁ, ସନ୍ତୋଷିନୀ ଡାଙ୍ଗ, ସବିତା ବାରିକ, ସୃତି ସେଠୀ ସହଯୋଗ କରିଥିଲେ ।