ରାଉରକେଲା, (ସସ୍ମିତା ପ୍ରଧାନ) : ପରିବାର କହିଲେ ପତି ଜ୍ଞାନ ଓ ପତ୍ନୀ ଛାୟା, ସେମାନଙ୍କର ସନ୍ତାନଟିଏ ହେଉ ନ ଥିବାରୁ ଦୁଃଖରେ ଦିନ କାଟୁଥିଲେ । ଅକସ୍ମାତ ଏକ ଦୁର୍ଘଟଣା ଯୋଗୁଁ ଜ୍ଞାନ ଗୋଟେ ଗୋଡ ହରାଇଥବା ଯୋଗୁଁ ଚାକିରି ହରାଇ ଘରେ ବସିବାକୁ ବାଧ୍ୟ ହେଲେ, ଅନ୍ୟ ପକ୍ଷେ ପତ୍ନୀ ଛାୟା ଚାକିରି କଲେ । ମଝିରେ ମଝିରେ ଜ୍ଞାନର ଜଣେ ସାଂଗ ଜୟନ୍ତ ତାଂକ ଘରକୁ ଯିବା ଆସିବା କରୁଥିଲେ । କ୍ରମଶଃ ଛାୟା ସହ ଜୟନ୍ତର ଅନ୍ତରଂଗତା ବଢିବା ଦେଖି ବଂଧୁ ଭାବରେ ଜୟନ୍ତ ଛାୟାକୁ ବିବାହ କରିବା ପାଇଁ ପ୍ରସ୍ତାବ ଦିଅନ୍ତି । ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଚାଲିଯା’ନ୍ତି ଜୟନ୍ତ । ପରିଶେଷରେ ଗୋଟିଏ କୋର୍ଟ କାଗଜରେ ଜ୍ଞାନ ଛାୟାଙ୍କୁ ଛାଡପତ୍ର ଦେବାପାଇଁ ଗୋଟେ କୋର୍ଟ କାଗଜରେ ଲେଖେଇ ନିଜ ଘର ଟେବୁଲ ଉପରେ ରଖି ଦେଇ ଶୋଇ ପଡିଲେ ଯାହାକୁ ଛାୟା ପରେ ଦେଖି ଚକିତ ହୋଇ ସେ କାଗଜକୁ ଚିରି ଦେଲେ ଓ ଜ୍ଞାନଙ୍କୁ ଉଠାଇ ତାଙ୍କୁ କ୍ଷମା ମାଗିବା ସହ ବିନା ସନ୍ତାନରେ ଦୁହେଁ ଛାଡପତ୍ର ନ ଦେଇ ହସଖୁସିରେ ରହିବେ ବୋଲି କହିଲେ । ନାଟକ ମଧ୍ୟାନ୍ତରରେ ସମର୍ପଣ ଓ ତ୍ୟାଗର କଥା ଦର୍ଶାଯାଇଛି । ଅଜୟ ରୋଶନଙ୍କ ନିର୍ଦ୍ଦେଶନା, ଶିବଙ୍କ ସଂଗୀତ ସଂଯୋଜନା, ନବ୍ୟାଙ୍କ ଆଲୋକ ସଂପାତ, ଜ୍ୟୋତିଙ୍କ ରୂପସଜ୍ଜା ଓ ଗୋପାଲ, ଗୌତମ, ଉଜ୍ୱଲ, ଅମନଙ୍କ ମଂଚ ସଜ୍ଜାରେ ମଂଚସ୍ଥ ହୋଇଥିଲା ନାଟକ । ଦର୍ଶକ ଉପଭୋଗ କରିଥିଲେ ନାଟକ । ୨୪ ଡିସେମ୍ବର ସଂଧ୍ୟାରେ କୋଲକତାର ଗୋବରଦଂଗା ଶିଳ୍ପାୟନ ପରିବେଷଣ କରିବେ ବଂଗଳା ଭାଷାର ନାଟକ “ଉତ୍ତମ ପୁରୁଷ” । କାର୍ଯ୍ୟକ୍ରମକୁ ସଂଚାଳନ କରୁଥିଲେ ଝିଲିମା ମହାନ୍ତି ଓ ସହଯୋଗ କରୁଥିଲେ କ୍ଷୀରୋଦ ବାଡତ୍ୟା, ଶିଶିର ମୁଦାଲି, ରମେଶ ଗୌଡ, ଅମୂଲ୍ୟ ବେହେରା, କ୍ରିଷ୍ଣା ସିଂ, ସୁଦିଶ ମିଶ୍ର, ରାଜେଶ ବେହେରା ।