କୁଚ୍‌ ବେହାର ଟ୍ରଫି କ୍ରିକେଟ ଦ୍ୱିତୀୟ ଦିବସ

  • ଓଡିଶା ବନାମ ହିମାଚଳ ପ୍ରଦେଶ
  • ସମ୍ବିଦ ବେଜଙ୍କ ଶତକ ହାସଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାରର ଅସମାପ୍ତ ପାଳି ୪୪ ରନ୍‌ରୁ ଖେଳ ଆରମ୍ଭ କରି ଓଡିଶା ଦଳ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୭ ଓି୍ୱକେଟ ବିନିମୟରେ ୩୦୮ ରନ୍‌ ସଂଗ୍ରହ କରିଛି । ଫଳରେ ଓଡିଶା ତାର ପ୍ରଥମ ଇନିଂସରେ ୧୨୭ ରନ୍‌ରେ ଅଗ୍ରଣୀ ଅଛି । ଓଡିଶା ଦଳ ତରଫରୁ ସମ୍ବିତ ବେଜ ଶତକ ହାସଲ କରିଥିବା ବେଳେ ଆଦିତ୍ୟ ଆନନ୍ଦ ୭୩ ରନ୍‌ ଓ ଶାଶ୍ୱତ ରାଉତ ଅପରାଜିତ ୩୮ ରନ୍‌ ସଂଗ୍ରହ କରିଛନ୍ତି । ହିମାଚଳ ପ୍ରଦେଶ ଦଳ ତରଫରୁ ସଫଳ ବୋଲର ଭାବେ ସିଦ୍ଧକ ଡିଲନ ଓ ଅକ୍ଷୟ ବଶିଷ୍ଟ ଉଭୟେ ୨ ଗୋଟି ଲେଖାଏଁ ୱିକେଟ ଅକ୍ତିୟାର କରିଛନ୍ତି । ଦୁଇ ଦିନର ସଂକ୍ଷିପ୍ତ ସ୍କୋର: ହିମାଚଳ ପ୍ରଦେଶ ୧୮୧/୧୦, ଓଡିଶା ୩୦୮/୭ । କ୍ରୀଡା ସଂସଦ ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀ, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ରବିନ୍ଦ୍ର କୁମାର ମିଶ୍ର, ସିଦେ୍ଧଶ୍ୱର ମିଶ୍ର, ଗୌର ଚନ୍ଦ୍ର ପ୍ରଧାନ, ବଟୁ ସିଂହ, କୋଚ୍‌ ଅରୁଣ କୁମାର ନାୟକ, ପୃଥ୍ୱୀରାଜ ମିଶ୍ର, ସୁନିଲ ଚନ୍ଦ୍ର ବିଶ୍ୱାଲ, ସୂର୍ଯ୍ୟ ମିଶ୍ର, ଚେତନାନନ୍ଦ ପଣ୍ଡା, ଶ୍ରୀକାନ୍ତ ରାଉତ, ବରିଷ୍ଠ ସମ୍ବାଦିକ ମନୋରଂଜନ ଯୋଷୀ ପ୍ରମୁଖ ଷ୍ଟାଡିୟମରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.