୬୩ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡିଆ ଠାରେ ୬୩ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ସମସ୍ତଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖି ଗୃହରକ୍ଷୀଙ୍କ କର୍ତ୍ତବ୍ୟ ସମ୍ପାଦନରେ ତାଙ୍କର ଭୂମିକାକୁ ଭୂରି ଭୂରି ପ୍ରଶଂସା କରିବା ସହ ପ୍ରାକୃତିକ ଦୁର୍ବିପାକ ସମୟରେ ତାଙ୍କର ସେବା ମନୋଭାବ ପ୍ରଦର୍ଶନକୁ ସାବାସୀ ଦେଇଥିଲେ ଓ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ହୋମଗାର୍ଡ ମହାନିର୍ଦ୍ଦେଶକଙ୍କ ବାର୍ତ୍ତା ପଠନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ସହକାରୀ ନିର୍ଦ୍ଦେଶକ ପ୍ରସିକ୍ୟୁସନ୍ ହିମାଂଶୁ ପଣ୍ଡା, ପିପି ମଧୁମିତା ଅମାତ୍ୟ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡିଏସପି ପ୍ରତାପ ଚନ୍ଦ୍ର ରଣା, ଡିଏସପି ରେଣୁକା ସୁନା, ଡିଏସପି ଚନ୍ଦ୍ର ଶେଖର ଶବର, ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସୋନପୁର ଥାନା ଅଧିକାରୀ ତାପସ ଭୋଇ ଯୋଗ ଦେଇଥିଲେ । ଜିଲ୍ଲାର ଶ୍ରେଷ୍ଠ ଗୃହରକ୍ଷୀ ଭାବରେ ଜୀବର୍ଦ୍ଧନ ଗହୀର ଓ ଦୁର୍ଯ୍ୟୋଧନ କଲେତଙ୍କୁ ଏସପି ନାରାୟଣ ନାୟକଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.