ଅଧିବକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ବଳଦେବ ପଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇ ଭାରତୀୟ ସମ୍ବିଧାନ ବିଶ୍ଵରେ ସର୍ବଶ୍ରେଷ୍ଠ କହିବା ସହ ଭାରତୀୟ ସମ୍ବିଧାନ ଆମର ରାଷ୍ଟ୍ରୀୟ ଅସ୍ମିତା ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ କମ୍ଭୁପାଣି ପାଢ଼ୀ ଯୋଗଦେଇ ସମ୍ବିଧାନରେ ଜନସାଧାରଣଙ୍କ ପାଇଁ ରହିଥିବା ସମସ୍ତ ବିଧି ବ୍ୟବସ୍ଥା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଏସପି ନାରାୟଣ ନାୟକ, ରାଜ୍ୟ ଅଧିବକ୍ତା ପରିଷଦ ଉପସଭାପତି ରବୀନ୍ଦ୍ର ପଣ୍ଡା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଜୟଶ୍ରୀ ମହାପାତ୍ର, ଆର୍‌ଏସ୍‌ଏସ୍‌ ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ପ୍ରଣବ ନାୟକ, ଆର୍‌ଏସ୍‌ଏସ୍‌ ବିଭାଗ ସଂଘ ଚାଳକ ଯତୀନ୍ଦ୍ର ମୋହନ ପାଠୀ ଏବଂ ଜିଲ୍ଲା ସଂଘ ଚାଳକ ଦିଲ୍ଲୀପ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଦେଇଥିଲେ । ଅଧିବକ୍ତା ପରିଷଦ ସଦସ୍ୟ ଦଶରଥ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଓକିଲ ପ୍ରଦୀପ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଆଇନଜୀବୀ ନନ୍ଦକିଶୋର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ପ୍ରଫୁଲ୍ଲ ସାହୁ, ଶମ୍ଭୁପ୍ରସାଦ ବିଶି, ଶ୍ରୀକାନ୍ତ ଦାଶ, ବିପିନ ବିହାରୀ ବିଦ୍ୟାଧର, ହିମାଂଶୁ ଭୋଇ, ରଶ୍ମି ରଞ୍ଜନ ଦାସ, ସବିତା ପଣ୍ଡା, ପ୍ରତିପ୍ରଜ୍ଞା ପୁରୋହିତ, ପ୍ରଣତି କୁମ୍ଭାର, ମଧୁମିତା ପରମଗୁରୁ, ତପନ ଜୁଆଡି, ମନୋଜ ପଣ୍ଡା, ସୁରେଶ ଚନ୍ଦ୍ର ମହଲା, ରାଜ କିଶୋର ନନ୍ଦ, ରାଜେନ୍ଦ୍ର ନାୟକ, ଗୋବିନ୍ଦ ହୋତା, ନିରଞ୍ଜନ ମେହେର, ପ୍ରଫୁଲ୍ଲ ମେହେର, ନବ ତ୍ରିପାଠୀ, ନବ ଦନ୍ତା ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.