ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

  • ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୋତ୍ସାହନ ଆବଶ୍ୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ କଲ୍ୟାଣ ଅନୁଷ୍ଠାନ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର (ଆର୍‌ଆର୍‌ଆର୍‌ସି) ଏବଂ ସ୍ୱତନ୍ତ୍ର ବିଦ୍ୟାଳୟ ଆଶାଦୀପର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଛେଣ୍ଡ ସ୍ଥିତ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ଆର୍‌ଆର୍‌ଆର୍‌ସିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଭିନ୍ନକ୍ଷମ କଲ୍ୟାଣ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପାନପୋଷ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ ସମ୍ମାନିତ ଅତିଥି ଯୋଗଦେଇ ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । ରୋଟାରୀ କ୍ଲବ ରୟାଲର ସଭାପତି ରାଜେଶ ଅଗ୍ରୱାଲ, ରୋଟାରୀ କ୍ଲବ ରାଉରକେଲା କୁଇନ ସଭାନେତ୍ରୀ ଗ୍ରୀଷ୍ମା ପରମାର ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଦୁଇଜଣ ଭିନ୍ନକ୍ଷମ ବୀର ବାହାଦୁର ଶ୍ରେଷ୍ଠ ଓ ବଟକୃଷ୍ଣ ନାୟକଙ୍କୁ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ପାଇଁ ସମ୍ମାନିତ କରାଯାଇଥିଲା । ସାମାଜିକ କର୍ମୀ ଆଶିଷ କୁମାର ଦାଶ, ବିଜୟ କୁମାର ଦୁଆଙ୍କୁ ଦିବ୍ୟାଙ୍ଗ ବନ୍ଧୁ ସମ୍ମାନରେ ସମ୍ମାନିତ ଓ ୩୦ ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଶାଦୀପର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି ପୂର୍ବାହ୍ନରେ ଆୟୋଜିତ ସଚେତନତା ଶୋଭାଯାତ୍ରାକୁ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଉଦଘାଟନ କରିଥିଲେ । ସଂସ୍ଥାର ନିର୍ଦ୍ଦେଶକ ତ୍ରିଲୋଚନ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ସୁସ୍ମିତା ଧଳ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ସବିତା ମହାନ୍ତି ଓ ପ୍ରଭାସିନି ସିଠ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଶିକେଶନ ନାୟକ, ଗୌତମ ମହାନ୍ତି, ଯଦୁରେଣ ମୁର୍ମୁ, ମାରୁୟାନ୍ସ ଟପ୍ପୋ, ଅଶୋକ କୁମାର ପଣ୍ଡା, ଗୀତା ସାହୁ, ଦମୟନ୍ତୀ ରାଉତ, ସୁକେଶ କୁମାର, ଲିତାଞ୍ଜଳୀ ପତି, ମୋନାଲିସା ତ୍ରିପାଠୀ, ହେମୟନ୍ତୀ ନାୟକ, ସବିତା ସାମଲ, ଚିନ୍ମୟୀ ସାହୁ,ଆଶିଷ ମଣ୍ଡଳ, ନାରଣ ମହନ୍ତ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.