ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ସାହୁଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ହିନ୍ଦୀ ଶିକ୍ଷକ ଧ୍ରୁବ ବାରିକ ସ୍ୱାଗତ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ବାରିକ ଯୋଗଦେଇ ହିନ୍ଦୀ ଭାଷାର ଗୁରୁତ୍ୱ ଓ ମହାନତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ପ୍ରାଣବନ୍ଧୁ ହୋତା ଯୋଗଦେଇ ହିନ୍ଦୀ ଦିବସର ତାତ୍ପର୍ଯ୍ୟ ବିଷୟରେ କହିଥିଲେ । ନିବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ମାନଭଂଜନ ପଣ୍ଡା, ସୁରଜ କାଲସେ ଓ ଅମୀୟ ପଧାନ ସହଯୋଗ କରିଥିଲେ । ସୁବ୍ରତ ନାଗ ସଭା ସଂଯୋଜନା କରିଥିବାବେଳେ କୃଷ୍ଣଚନ୍ଦ୍ର ତଣ୍ଡକାର ଧନ୍ୟବାଦ ଦେଇଥିଲେ ।
Prev Post