ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ରାଉରକେଲା ଆନୁକୂଲ୍ୟରେ ଦୀପିକା ଇସ୍ପାତ ଶିକ୍ଷା ସଦନରେ ହିନ୍ଦୀ ଦିବସ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ରାଉରକେଲା ଆନୁକୂଲ୍ୟରେ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ହୋଟେଲ ଶୁଭମର ବ୍ୟବସ୍ଥାପକ ତଥା ବିଶିଷ୍ଟ ସମାଜସେବୀ କୃଷ୍ଣକୁମାର ପ୍ରଜାପତି ଉଦବୋଧନ ଦେଇ କହିଲେ, ହିନ୍ଦୀ ଭାରତରେ ଉଚ୍ଚାରଣ ଏବଂ ଲେଖନ ଦୃଷ୍ଟିରୁ ସବୁଠାରୁ ସରଳ ଭାଷା ରୂପେ ପରିଗଣିତ । ଏହା ରାଷ୍ଟ୍ରଭାଷାର ମାନ୍ୟତା ପାଇଁ ସର୍ବଗ୍ରାହୀ ଅଟେ । ବିଶିଷ୍ଟ ଆମନ୍ତ୍ରିତ ଅତିଥି ଭାବେ ମୁଖ୍ୟ ମହାପ୍ରବନ୍ଧକ ଟିଜି କାନେକର ପିଲାମାନଙ୍କୁ ହିନ୍ଦୀ ଭାଷା ଶିଖିବା ପାଇଁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ସଂସ୍ଥାନ ଟ୍ରଷ୍ଟି ତଥା ସଂରକ୍ଷକ ବିଶିଷ୍ଟ ସମାଜସେବୀ କମଳ ଅଗ୍ରୱାଲ ଉପଦେଶ ଛଳରେ ପିଲାମାନଙ୍କୁ ସକାରାତ୍ମକ ଆଚରଣକୁ ଆପଣାଇବା ପାଇଁ ଆଗ୍ରହ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ଚାମ୍ବର ଅଫ୍ କମର୍ସର ପୂର୍ବତନ ସଭାପତି ସୁନିଲ କାୟଲ ବିଦ୍ୟାଳୟରେ ହିନ୍ଦୀ ଉପରେ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ସୁନିତା ଅଗ୍ରୱାଲ ମନୀଲା ହିନ୍ଦୀ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସଂସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡ. ଜଗନ୍ନାଥ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ହିନ୍ଦୀ ଦିବସ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ବିଦ୍ୟାର୍ଥୀମାନେ ସ୍ୱାଗତ ସଙ୍ଗୀତ ଗାୟନ କରିଥିଲେ । ସଂସ୍ଥାନର ଉପ ସଭାପତି ତଥା ଟ୍ରଷ୍ଟି ପ୍ରଭାତ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାର ବିଜେତାଙ୍କୁ ମୁଖ୍ୟ ଅତିଥିଙ୍କ କରକମଳରେ ପ୍ରମାଣପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟିନୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ମୁଖ୍ୟ ଅତିଥିଙ୍କ କରକମଳରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲ, ପ୍ରଶାସକ ଏସ଼୍ କେ଼ ମିଶ୍ର ଓ ସ୍କାଉଟ ଶିକ୍ଷକ ଶ୍ରୀବତ୍ସ ସାମଲ, ନୀଳିମା ମହାପାତ୍ର, ସବିତା ମିଶ୍ର ଓ ମୋନାଲିସା ଗୌଡ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.