
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୪ତମ ବଳିଦାନ ଦିବସ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ରବି ରାୟଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସଭାପତି ରବି ରାୟ ଏବଂ କାର୍ଯ୍ୟକାରୀ ସଭାପତି ଜ୍ଞାନେନ୍ଦ୍ର ଦାସ ନିଜ ବକ୍ତବ୍ୟରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତବର୍ଷ ପାଇଁ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଭାରତବର୍ଷ ପାଇଁ ତାଙ୍କର ଅବଦାନ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିଲା । ସେ ଯଦି ଆଗକୁ ଭାରତବର୍ଷର ନେତୃତ୍ୱ ନେଇଥାଆନ୍ତେ, ତେବେ ଭାରତବର୍ଷ ଏକ ନମ୍ବର ରାଷ୍ଟ୍ର ଭାବେ ପରିଗଣିତ ହୋଇଥାନ୍ତା ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ରାମାନନ୍ଦ ଶ୍ରୀଚନ୍ଦନ, ବି ଏନ୍ ପଟ୍ଟନାୟକ, ପୂର୍ବତନ ସମ୍ପାଦକ ସାବିର ହୁସେନ, ବ୍ଲକ ସଭାପତି ମାନୁ ସାମଲ, ରଘୁନାଥ ଦାସ ରମେଶ ଗୁପ୍ତା, ବରିୟମ୍ ସିଂ, ବନମାଳୀ ବିଶୋଇ, ତୁଷାରକାନ୍ତ ଧଳ, ଶ୍ୟାମ ସାଗର, ଡେଭିଡ୍ ରାଓ, ଦୁସା ନାୟକ, ଦିବାକର ଦିପ୍, ବ୍ରଜବନ୍ଧୁ ତ୍ରୀପାଠୀ, ଶିବୁ ସାହୁ, ବିଶ୍ୱନାଥ ବାରିକ୍, ଅନୀଲ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ଶେଷରେ ଜ୍ଞାନରଞ୍ଜନ ଦାସ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।