
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ସମ୍ମିଳନୀ କକ୍ଷରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ତତ୍ତ୍ଵାବଧାନରେ ପଦାର୍ଥ ବିଜ୍ଞାନ ବିଭାଗ ଓ Brick institutes of life sciences ଭୁବନେଶ୍ୱର ର ମିଳିତ ଉଦ୍ୟମରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଫେସର ଗୀତାଞ୍ଜଳୀ ଦାଶ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ସ୍ୱାଗତ ସମ୍ବର୍ଧନା ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । Brick institutes of life sciences ର ପ୍ରଫେସର ପୁନୀତ ପ୍ରସାଦ ଶାହା ନିଜର ବକୃତାରେ ବିଜ୍ଞାନରେ ଗବେଷଣାର ଗୁରୁତ୍ଵ ବିଷୟରେ ଆଲୋକପାତ କରିଥିଲେ । ପ୍ରଫେସର ତୁଷାରକାନ୍ତ ବେଉରିଆ ନିଜର ବକୃତାରେ ବୈଜ୍ଞାନିକ ଲୁଇସ୍ ପାଶ୍ଚର ଓ ଅନ୍ୟ ବୈଜ୍ଞାନିକ ମାନଙ୍କର ଜୀବନୀ ବିଷୟରେ ଛାତ୍ରଛାତ୍ରୀ ତଥା ରିସର୍ଚ୍ଚ ସ୍କଲାର ମାନଙ୍କୁ ଉଦ୍ବୋଧନ ମୂଳକ ଭାଷଣ ପ୍ରଦାନ କରିଥିଲେ । ପ୍ରଫେସର ଗୀତାଞ୍ଜଳୀ ଦାଶ ଅତିଥି ମାନଙ୍କୁ ସମ୍ବର୍ଧନା ପ୍ରଦାନ କରିଥିଲେ । ଜାତୀୟ ବିଜ୍ଞାନ ଦିବସ ସମ୍ବନ୍ଧୀୟ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହେଇଥିବା ସ୍ନାତକୋତ୍ତର ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଫେସର୍ ଗୀତାଞ୍ଜଳୀ ଦାଶ ମଧ୍ୟ ନିଜ ବକୃତା ଦ୍ୱାରା ବିଶ୍ଵବିଦ୍ୟାଳୟର ଭବିଷ୍ୟତ ଗବେଷଣା ଓ ଅନ୍ୟାନ୍ୟ ଉନ୍ନତି କାର୍ଯ୍ୟ ବିଷୟରେ ଧାରଣା ପ୍ରଦାନ କରିଥିଲେ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡ. ଆଦିତ୍ୟ କୁମାର ପଣ୍ଡା ଓ ଏହାସହ ସଭାକାର୍ଯ୍ୟ ସମାପ୍ତ ହେଇଥିଲା ।