ସ୍କାଉଟ ଗାଇଡର ପ୍ରତିଷ୍ଠା ଓ ବିଶ୍ୱ ଚିନ୍ତନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍କାଉଟ ଗାଇଡ୍ ତରଫରୁ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ପ୍ରତିଷ୍ଠା ଓ ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି । କମିଶନର ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡ଼. ବସନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶ୍ରୀ ନାୟକ ଦିବସର ଆଭିମୁଖ୍ୟ ଓ କମିଶନର ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ବାପାମା’ଙ୍କ ତଥା ଦେଶ ସେବା କରିବାକୁ ଉପସ୍ଥିତ ସ୍କାଉଟ ମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟଅତିଥି ତଥା ଉଦ୍‌ଘାଟକ ଡ଼. ଦାସ ନିଜ ଓ ଦେଶ ମାତୃକା ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଛାତ୍ର କେଶବ ନନ୍ଦ ସ୍ୱାଇଁ ଭାରତ ସ୍କାଉଟ ଗାଇଡ଼ ଥିମ ଉପରେ ନିଜର ମତ ରଖିଥିଲେ । ଏହି ଅବସରରେ ଅନେକ ସ୍କାଉଟ ଗାଇଡ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ କମିଶନର ରମାକାନ୍ତ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀବତ୍ସ ସାମଲ, ଅକ୍ଷୟ କୁମାର ଦାସ, ଲକ୍ଷ୍ମୀ ସାହୁ, ମେରୀ ଶୀତଳ ସାହୁ, ଅଳ୍ପନା ବେହେରା, ସୁଜାତା ଦାସ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ ସ୍କାଉଟ ଗାଇଡର ଏହି ପ୍ରତିଷ୍ଠା ଓ ବିଶ୍ୱ ଚିନ୍ତନ ଦିବସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ସହ ଶୃଙ୍ଖଳା ଓ ସଂସ୍କାରିତ କରାଇଥାଏ ।

Leave A Reply

Your email address will not be published.