oom

ସାଧାରଣତନ୍ତ୍ର ଦିବସରେ ୨ ଜଣ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନିତ କଲେ ବିଡ଼ିଓ : ଶିକ୍ଷକ ମହଲରେ ବେଶ ଉତ୍ସାହ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ୭୫ତମ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବ୍ଲକର ୨ ଜଣ ର୍ଦୁର୍ଯ୍ୟାଧନ ସେନାପତି ଓ ଘନଶ୍ୟାମ ଦଣ୍ଡସେନାଙ୍କୁ ଆଦର୍ଶ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଛି । ପ୍ରକାଶ ଯେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨ ଜଣ କାର୍ଯ୍ୟରତ ତଥା ଦକ୍ଷ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗୌରହରି ସେଲମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚଳିତ ବର୍ଷ ସଇଁତଲା ଶିକ୍ଷା ବିଭାଗ ଅଧୀନ କରମତଲା କ୍ଲଷ୍ଟରର ଛନଛଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତିଙ୍କୁ ବ୍ଲକସ୍ତରୀୟ ଆଦର୍ଶ ଶିକ୍ଷକ ଭାବରେ ଗୌରହରି ସମ୍ମାନ ପାଇଛନ୍ତି । ପ୍ରଧାନ ଶିକ୍ଷକ ଶ୍ରୀ ସେନାପତି ଜଣେ ଶାନ୍ତ ଓ ସରଳ ଭାବେ ପରିଚିତ । ସେ ତାଙ୍କର ଗୁଣାତ୍ମକ ଶିକ୍ଷା ଦାନରେ ସମାଜରେ ପ୍ରେରଣା ସୃଷ୍ଟି କରିପାରିଛନ୍ତି । ଏପରିକି ତାଙ୍କର ଅମାୟିକ ବ୍ୟବହାର ପାଇଁ ଶିକ୍ଷକ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଯୋଗଦାନ କରି ପ୍ରଧାନ ଶିକ୍ଷକ ଶ୍ରୀ ସେନାପତିଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସେହିପରି ରାଜ୍ୟପାଳ ପୁରସ୍କୃତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପୃଷେଠଙ୍କ ସ୍ମୃତି ଉଦ୍ଦେଶ୍ୟରେ କଅସର ହାଇସ୍କୁଲ ପ୍ରଧାନ ଶିକ୍ଷକ ଘନଶ୍ୟାମ ଦଣ୍ଡସେନାଙ୍କୁ ଆଦର୍ଶ ଶିକ୍ଷକ ଭାବରେ ବିଡ଼ିଓ ଶ୍ରୀ ଭୋଇ ସମ୍ମାନିତ କରିଛନ୍ତି । ଏହି ସମୟରେ ବିଡ଼ିଓ ଶ୍ରୀ ଭୋଇଙ୍କ ସମେତ ତହସିଲଦାର ମାନସ ଫିଲ କେରକେଟା, ଆଇଆଇସି ଅବନୀ କୁମାର ସାହୁ, ରେଞ୍ଜର ସଂଘମିତ୍ରା ଭୋଇ, ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ, ଜିଲ୍ଲା ଓଜେୟୁ ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ସେଲମା, ସମାଜସେବୀ ମଦନଲାଲ ଅଗ୍ରୱାଲଙ୍କ ସମେତ ବ୍ଲକ ପ୍ରଶାସନିକ ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.