- ପ୍ରୟାଗରାଜକୁ ହରାଇ ଫାଇନାଲରେ କଣ୍ଟାବାଞ୍ଜି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଲବ ତରଫରୁ ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ଉତ୍ତର ପ୍ରଦେଶର ପ୍ରୟାଗରାଜକୁ ୩ ୱିକେଟରେ ହରାଇ କଣ୍ଟାବାଞ୍ଜି ଦଳ ଫାଇନାଲରେ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବରେ ଛିନ୍ଦେଇକେଲା ଓମ୍ ଡୋରସ୍ ପ୍ରୋପାଇଟର ସୌଦାଗର ସାହୁ ଓ ଡଃ. ରୁଦ୍ରମଣି ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ । ପ୍ରୟାଗରାଜ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬.୨ ଓଭରରେ ସମସ୍ତ ୱିକେଟ ହରାଇ ୧୦୧ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅତିକ ଅହମ୍ମଦ ସର୍ବାଧିକ ୨୨ ରନ କରିଥିଲେ । କଣ୍ଟାବାଞ୍ଜି ଦଳରୁ ରୁଦ୍ର ବାଗ ଓ ସୁଶାନ୍ତ ପୁଟେଲ ୩ ୱିକେଟ ଲେଖାଏଁ ନେଇଥିବା ବେଳେ ବିଜୟ କୁମ୍ଭାର ଓ ସମୀର ଖାଁ ୨ ୱିକେଟ ଲେଖାଏଁ ନେଇଥିଲେ । କଣ୍ଟାବାଞ୍ଜି ଦଳ ୧୦୨ ରନ ବିଜୟ ଲକ୍ଷ୍ୟ ନେଇ ୧୫.୨ ଓଭରରେ ୭ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ଶେଖର ସାହୁ ୪୭, ଶମ୍ଭୁ ହାତୀ ୧୩ ଓ ବିଜୟ କୁମ୍ଭାର ୧୨ ରନ ସଂଗ୍ରହ କରିଥିଲେ । ପ୍ରୟାଗରାଜ ଦଳରୁ ବିକାଶ ଚୌହାନ ୪ ୱିକେଟ, ବିକାଶ ଶୁକ୍ଳା, ଏମ୍ଡି ଉମର, ଅତିକ ଅହମ୍ମଦ ୧ ୱିକେଟ ଲେଖାଏଁ ନେଇଥିଲେ । ଓସିଏ ଅମ୍ପାୟର ସୁଶାନ୍ତ ପାଣିଗ୍ରାହୀ ଓ ସଞ୍ଜୟ ନାୟକ ଖେଳ ପରିଚାଳନା କରିଥିବା ବେଳେ ରମେଶ ଚନ୍ଦ୍ର ସାହୁ ମ୍ୟାଚ୍ ରେଫରୀ ଥିଲେ । ବୁନିଲ ସାହୁ, ଆକାଶ ସାହୁ ଓ ସୁନିଲ ସାହୁ ସ୍କୋରର ଥିବା ବେଳେ ପତିତପାବନ ସାହୁ ଓ ପ୍ରହଲ୍ଲାଦ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜାମସେଠ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ବିଭୁପଦ ସାହୁ ଓ ସମ୍ମାନିତ ଅତିଥି ଭାବରେ ବରତୁଣ୍ଡା ସିଂ ଏକ୍ସପ୍ରେସ ଢ଼ାବା ପ୍ରୋପାଇଟର ବିବେକ ସିଂ ଓ ପ୍ରୋପାଇଟର ଜିତୁନ ପଟ୍ଟନାୟକ, ମାଲପଡା କ୍ଲଷ୍ଟର ସିଆର୍ସିସି ସନ୍ତୋଷ ମେହେର ଓ ସାମ୍ବାଦିକ ମାନସ ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଦେଇ କଣ୍ଟାବାଞ୍ଜି ଦଳର ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ରୁଦ୍ର ବାଗକୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ଉପଦେଷ୍ଟା ପ୍ରଶାନ୍ତ ସାହୁ, ରୋହିତ ସାହୁ, ପ୍ରମୋଦ ସାହୁ, ସ୍ୱତନ୍ତ୍ର ସାହୁ, ହେମସାଗର ସାହୁ, ନିରାକାର ରଣା. ଜୁନିଅର ପ୍ରଶାନ୍ତ ସାହୁ, କମିଟି ସଭ୍ୟ ରାମକିଶନ ହଂସ, ଅଶ୍ଵିନୀ ସାହୁ, ପିଙ୍କୁ ସେଠ, ଅମିତ ସାହୁ, ରବି ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ଗ୍ରୁପ ବି ପର୍ଯ୍ୟାୟରେ ରାଞ୍ଚି ମେକନ ଓ ସମ୍ବଲପୁର ଫୋର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଉପଦେଷ୍ଟା ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।