ବ୍ୟାପାରିକ ବା ବାଣିଜ୍ୟିକ ନୌସେନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୩ରେ ବ୍ୟବସାୟୀକ ବା ବ୍ୟାପାରିକ ନୌସେନା ଦିବସ ଉତ୍ସାହଜନକ ଭାବରେ ପାଳନ ହୁଏ । ବ୍ୟବସାୟୀକ ନୌସେନାର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଏହା ଏକ ସମ୍ମାନ ଏବଂ ସ୍ୱୀକୃତିର ଦିବସ ଅଟେ । ବାଣିଜ୍ୟିକ କାର୍ଯ୍ୟକଳାପରେ କାର୍ଗୋ ବା ଜାହାଜରେ ବିଶ୍ଵର ବିଭିନ୍ନ ସ୍ଥାନକୁ ନିଆଯାଉଥିବା ଦ୍ରବ୍ୟ ଏବଂ ନୌସେନା ଏଥିରେ ଅନ୍ତର୍ଭୁକ୍ତ । ସେମାନଙ୍କର ଉତ୍ସର୍ଗୀକୃତ ସେବା ବିଶ୍ଵ ବାଣିଜ୍ୟକୁ ପ୍ରବାହିତ କରେ ଏବଂ ସୁନିଶ୍ଚିତ କରେ ଯେ, ଆମେ ଆବଶ୍ୟକ କରୁଥିବା ଖାଦ୍ୟ ଠାରୁ ଆରମ୍ଭ କରି ବ୍ୟବହାର କରୁଥିବା ବିଭିନ୍ନ ଗ୍ୟାଜେଟ୍ ବା କ୍ଷୁଦ୍ର ଯାନ୍ତ୍ରିକ ଉପକରଣ ପର୍ଯ୍ୟନ୍ତ ସବୁ କିଛି ଉପଲବ୍ଧ ହୋଇପାରେ । ଗଭୀର ସାମୁଦ୍ରିକ ଜଳରାଶିର ବିପଦ ସତ୍ତ୍ଵେ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ଯୋଗାଣ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସୁନିଶ୍ଚିତ କରି ଉଭୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବସାୟୀ ନୌସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଜି ମଧ୍ୟ ବ୍ରିଟେନ୍‌ର ଆମଦାନୀ ଏବଂ ରପ୍ତାନୀର ୯୦ %ରୁ ଅଧିକ ନୌବାଣୀଜ୍ୟ କ୍ଷେତ୍ରରେ ସେମାନେ ହିଁ ଏହି ଜରୁରୀ ସେବା ଜାରି ରଖିଛନ୍ତି । ସାମୁଦ୍ରିକ ଝଡ଼ ତୋଫାନ ତଥା ବିସ୍ତୃତ ସମୁଦ୍ରର ବିବିଧ ପ୍ରାକୃତିକ ଆହ୍ଵାନ ଏବଂ ଜଳଦସ୍ୟୁଙ୍କ ଡକାୟତି ଦୌରାତ୍ମ୍ୟ, ଆଧୁନିକ ମାରଣାସ୍ତ୍ର ଭଳି ଅନେକ ବିପଦର ସମ୍ମୁଖୀନ ହୋଇଥାନ୍ତି ଏହି ନୌସେନା ମାନେ ବିପଦ ସଙ୍କୁଳ ତଥାପି ସେମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସାଧାରଣ ଜନତା ପ୍ରାୟତଃ ଏଥି ବିଷୟରେ ବିଶେଷ ଅବଗତ ନୁହଁନ୍ତି ପ୍ରତିକୂଳ ପରିସ୍ଥିତିରେ ପ୍ରଦାନ କରୁଥିବା ସେମାନଙ୍କ ସେବାକୁ ସ୍ୱୀକାର କରିବାରେ ଏହି ଦିବସ ପାଳନ ଗୁରୁତ୍ୱପୂର୍ଣ୍ଣ ଅଟେ । ସମୁଦ୍ରରେ ବିପଦପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହେବାଠାରୁ ଆରମ୍ଭ କରି ମାସ ମାସ ଧରି ନିଜ ଘରୁ ଦୂରରେ ରହିବା ସହିତ ଏକାକୀତାକୁ ମୁକାବିଲା କରିବା ପର୍ଯ୍ୟନ୍ତ ବହୁ କଷ୍ଟ ସ୍ୱୀକାର କରନ୍ତି ସେମାନେ । ସେମାନଙ୍କର ପ୍ରତିବଦ୍ଧତା ହେତୁ ଆମର ଦୈନନ୍ଦିନ ଜୀବନର ସୁଖ ସ୍ୱାଛନ୍ଦ୍ୟ ସମ୍ଭବ ହୋଇଥାଏ ।
ଏହି ଦିବସ ପାଳନ ପାଇଁ ମନୋନିତ ତାରିଖ ୩ ସେପ୍ଟେମ୍ବର ଥିଲା କାରଣ ୧୯୩୯ ମସିହାରେ ପ୍ରଥମ ବ୍ରିଟିଶ ବାଣିଜ୍ୟ ଜାହାଜ ଏସ୍ ଆଥେନିଆ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଘୋଷିତ ହେବାର କିଛି ଘଣ୍ଟା ପରେ, ଜର୍ମାନ ୟୁ- ନୈ।କା ଦ୍ୱାରା ବୁଡାଇ ଦିଆଯାଇଥିଲା । ଉଭୟ ପ୍ରଥମ ଏବଂ ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ, ଏହି ବାଣିଜ୍ୟିକ ଜାହାଜ ଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରି କଠିନ ସମୟରେ ମାନବିକତାର ସହିତ ଅନେକ ଦେଶ‌ ପାଇଁ ସାହାଯ୍ୟ ପ୍ରଦାନ ଜାରି ରଖିଥିଲେ । ସମୁଦ୍ରଗୁଡ଼ିକ ବିପଦଜନକ ଥିଲା, ୟୁ- ଡଙ୍ଗା ବା ନୌକା ଗୁଡ଼ିକ ଶତ୍ରୁ ପକ୍ଷଙ୍କୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ରହୁଥିଲେ । ଏହା ସତ୍ତ୍ଵେ ବ୍ୟବସାୟୀକ ନୌସେନା ସ୍ଥିର ରହି ଯୋଗାଣ କାର୍ଯ୍ୟକ୍ରମ ସାହସିକତାର ସହିତ ଚାଲୁ ରଖି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନିଶ୍ଚିତ କରୁଥିଲେ । ବାଣିଜ୍ୟିକ ନୌସେନାର ଗୁରୁତ୍ୱପୂର୍ଣ୍ଣ ଅବଦାନର ସ୍ମାରକ ଭାବରେ ଆଜି ଦିବସ ସୁନିଶ୍ଚିତ କରେ ଯେ, କେବଳ ଦୁଃସାହସିକ କାର୍ଯ୍ୟ ପାଇଁ ନୁହେଁ, ବିପଦ ସଙ୍କୁଳ ଅବସ୍ଥାର ସମ୍ମୁଖୀନ ହେଉଥିବା ଜନ ସମାଜ ପାଇଁ ସେମାନଙ୍କର ନିଃସ୍ଵାର୍ଥପର ସେବା ପ୍ରଦାନ ପାଇଁ ଆଜି ବି, ମର୍ଚାଣ୍ଟ ନୌସେନା ବିଶ୍ୱ ବାଣିଜ୍ୟର ଏକ ଅତ୍ୟାବଶ୍ୟକ ଅଂଶ ଅଟେ । ଏକ ଛୋଟ କିନ୍ତୁ ପ୍ରଭାବଶାଳୀ ଶକ୍ତିର ପ୍ରତିନିଧିତ୍ୱ କରି ଶାନ୍ତି ଏବଂ ଦ୍ୱନ୍ଦ୍ୱ ମଧ୍ୟରେ ସେମାନେ ଗତି କରନ୍ତି । ପ୍ରତ୍ୟେକ ସେପ୍ଟେମ୍ବର ୩ରେ, ଆମେ ସମୁଦ୍ରର ଏହି ଅଜ୍ଞାତ ହିରୋ ବା ବୀର ମାନଙ୍କୁ ମନେ ପକାଇଥାଉ । ସେମାନଙ୍କ ଜୀବନର କାହାଣୀ ହେଉଛି ସାହସ, ଉତ୍ସର୍ଗୀକୃତ ଏବଂ ଅବିସ୍ମରଣୀୟ ମାନବୀୟ ସେବା ପାଇଁ ଏକ ଆବେଗ । ଆସନ୍ତୁ ଆମେ ଆଜି ଏହି ସାହସୀ ନୌସେନା ମାନଙ୍କୁ ସମ୍ମାନ ଜଣାଇବା, ଯେଉଁମାନେ ଗଭୀର ନୀଳ ସମୁଦ୍ରର ବିପଦକୁ ସମ୍ମୁଖୀନ ହେବା ସତ୍ତ୍ଵେ ଦୁନିଆର ଜୀବନ ରେଖା ଭାବରେ ସେବା ପ୍ରଦାନ ଅକ୍ଷୁର୍ଣ୍ଣ ରଖିଛନ୍ତି । ଆଜିର ଏହି ପବିତ୍ର ବ୍ୟାପାରିକ ନୌସେନା ଦିବସ ପାଳନ ଅବସରରେ ନୌସେନା ମାନଙ୍କୁ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ।

Leave A Reply

Your email address will not be published.