ବିଶ୍ୱ ସର୍ପ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଜୁଲାଇ ୧୬ରେ ଆୟୋଜିତ ହେଉଥିବା ‘ବିଶ୍ୱ ସର୍ପ ଦିବସ’ ପାଳନର ଉଦ୍ଧେଶ୍ୟ ହେଉଛି ସାପ ବିଷୟରେ ସଚେତନତା ସୃଷ୍ଟି କରିବା । ଅନ୍ୟାନ୍ୟ ପ୍ରାଣୀଙ୍କ ଭଳି ପ୍ରାକୃତିକ ବାସସ୍ଥାନ ନଷ୍ଟ, ଜଳବାୟୁ ପରିବର୍ତ୍ତନ, ରୋଗ ବ୍ୟାଧି, ସେମାନଙ୍କ ପ୍ରତି ମଣିଷ ଜାତିର ନକାରାତ୍ମକ ମନୋଭାବ ହେତୁ ସର୍ପ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି । ସର୍ପମାନେ ପୁରାତନ ପୁରାଣ ଚରିତ୍ର ଏବଂ ସମଗ୍ର ବିଶ୍ୱରେ ବିଭିନ୍ନ ସଭ୍ୟତା ଦ୍ୱାରା ସମ୍ମାନିତ । ସମଗ୍ର ବିଶ୍ୱରେ ୩,୫୦୦ ଜାତିର ସାପ ମଧ୍ୟରୁ କେବଳ ୬୦୦ଟି ଜାତି ବିଷାକ୍ତ ଅଟନ୍ତି । ଏହା ସମଗ୍ର ସାପ ଜାତିର ୨୫ ପ୍ରତିଶତରୁ କମ୍ । ସେଥି ମଧ୍ୟରେ କେବଳ ୨୦୦ ଜାତିର ସାପ ଅଛନ୍ତି ଯାହା ମାନବ ଜୀବନ ପାଇଁ ବିପଦ ସୃଷ୍ଟି କରିଥାଏ । ତେଣୁ, ସାପମାନେ କୌଣସି ସ୍ଥାନରେ ଚିନ୍ତା କିମ୍ବା ଭୟର କାରଣ ନୁହଁନ୍ତି ଯେପରି ଆମେ ଭାବୁଛୁ । ସର୍ପମାନେ ଉତ୍ତର କାନାଡାର ବରଫାବୃତ ତୁନ୍ଦ୍ରା ଠାରୁ ଆରମ୍ଭ କରି ଭୂମଧ୍ୟ ରେଖାର ଆର୍ଦ୍ର ଜଙ୍ଗଲ ଏବଂ ବିଶ୍ଵର ଅଧିକାଂଶ ମହାସାଗରରେ ଦେଖିବାକୁ ମିଳନ୍ତି । ସାପମାନେ ଅତ୍ୟନ୍ତ ପ୍ରଭାବଶାଳୀ ଶିକାରକାରୀ ଏବଂ ପ୍ରତ୍ୟେକ କ୍ଷେତ୍ରରେ ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଯେଉଁ ସର୍ପ ଜାତିଗୁଡିକ ଲୋକଙ୍କୁ ଅଧିକ ଆକର୍ଷିତ କରୁଥିବା ପରି ଦେଖାଯାଏ, ତାହା ହେଉଛି କିଙ୍ଗ କୋବ୍ରା ବା ଅହିରାଜ, ଦୁନିଆର ସବୁଠାରୁ ବଡ ବିଷାକ୍ତ ସାପ; ରାଟଲେସ୍ନେକ୍ ବା ଚନ୍ଦ୍ର ବୋଡ଼ା ସାପ; ଏବଂ ରେଟିକ୍ୟୁଲେଡ୍ ପାଇଥନ୍ ବା ଅଜଗର, ଦୁନିଆର ସବୁଠାରୁ ଲମ୍ବା ସାପ ଯାହା ତାର ଶିକାରକୁ ଚିପି ଶ୍ଵାସ ରୁଧ କରି ହତ୍ୟା କରେ । ସାପମାନେ କୀଟ, ଛୋଟ ମୂଷା ଏବଂ ବେଙ୍ଗ ସମେତ ଅନେକ ଭିନ୍ନ ଭିନ୍ନ ପ୍ରାଣୀକୁ ଗ୍ରାସ କରନ୍ତି । ବହୁତ ବଡ ସାପ ଛୋଟ ହରିଣ, ଘୁଷୁରି, ମାଙ୍କଡ଼, ଏପରିକି ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ଖାଇ ପାରନ୍ତି । ସାପମାନେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ପରିବେଶ ଉପରେ ନିର୍ଭର କରନ୍ତି । ସେମାନେ ଉଷ୍ମ ସୂର୍ଯ୍ୟରେ ଯେତିକି ସମୟ ଗରମ ହେବା ପାଇଁ ଆବଶ୍ୟକ କରନ୍ତି ସେତିକି ସମୟ ରହନ୍ତି, ତାପରେ ଥଣ୍ଡା ହେବାକୁ ଛାଇ ଜାଗାକୁ ପଳେଇ ଯାଆନ୍ତି । ସେମାନେ ସାଧାରଣତଃ ଆକ୍ରମଣାତ୍ମକ ନୁହଁନ୍ତି ଯେପର୍ଯ୍ୟନ୍ତ ସେମାନେ ଶିକାର କରନ୍ତି ନାହିଁ କିମ୍ବା ନିଜକୁ ରକ୍ଷା କରିବା ଆବଶ୍ୟକ ବୋଲି ଅନୁଭବ କରନ୍ତି ନାହିଁ । ସେମାନେ ବର୍ଷକୁ ତିନିରୁ ଛଅ ଥର ଚର୍ମକୁ ବହିସ୍କାର କରନ୍ତି ଯାହାକୁ ସାଧାରଣ ଭାବରେ କାତି ଛାଡିବା କୁହାଯାଏ । ସାପମାନେ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ପ୍ରୟୋଗ କରନ୍ତି, ଯେପରିକି ଛଦ୍ମବେଶ ଧାରଣ, କାମୁଡ଼ି ବିଶ ଛାଡିବା ବା ଏବଂ ଫୋ କରି ଫେଣା ଟେକି ଧମକ ଦେବା, ଇତ୍ୟାଦି । ବେଳେବେଳେ ସେମାନେ ଦେହକୁ ଗୋଡ଼ାଇ ହୋଇ ଏକ ବଲ୍ ଭଳି ପିଣ୍ଡୁଳା ହୋଇ ଯାଆନ୍ତି ଅନ୍ୟ ମାନଙ୍କ ନଜର ହଟେଇବା ପାଇଁ । ସାପମାନେ ସରୀସୃପ ବର୍ଗର ସବୁଠାରୁ ଏକ ବିଶେଷ ସ୍ୱତନ୍ତ୍ର ଗୋଷ୍ଠୀ । ସମଗ୍ର ବିଶ୍ୱରେ ଅନେକ ଜାତିର ସାପ ଦେଖିବାକୁ ମିଳେ । ସେଥିମଧ୍ୟରୁ କେତେକ ବିଷାକ୍ତ ଏବଂ କେତେକ ବିଷାକ୍ତ ନୁହେଁ । ବିଷାକ୍ତ ସାପମାନଙ୍କ ମଧ୍ୟରେ କିଙ୍ଗ କୋବ୍ରା ବା ଅହିରାଜ ସବୁଠାରୁ ବିଷାକ୍ତ ବୋଲି ବିବେଚନା କରାଯାଏ ଏବଂ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ । ‘ଗ୍ରହର ଅନ୍ୟ ପ୍ରାଣୀମାନଙ୍କ ପରି ସର୍ପମାନଙ୍କର ମଧ୍ୟ ପ୍ରାକୃତିକ ପରିସଂସ୍ଥାରେ କିଛି ଭୂମିକା ରହିଛି’ ।

Leave A Reply

Your email address will not be published.