oum

ଗୋପିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀକ ଯୋଗ ଦିବସ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋପୀନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦଶମ ଆନ୍ତର୍ଜାତୀକ ଯୋଗ ଦିବସ ଆନୁକୁଲ୍ୟରେ ଅଧ୍ୟକ୍ଷ ପ୍ରେମଧର ମହାକୁରଙ୍କ ସଭାପତିତ୍ୱରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ଅନେକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଜଗନ୍ନାଥ ଡିଗ୍ରୀ କଲେଜର ଅଧ୍ୟାପକ ଶାନ୍ତନୁ କୁମାର ପାତ୍ର, ଛାତ୍ରଛାତ୍ରୀ ତଥା ଅନ୍ୟ କର୍ମଚାରୀମାନଙ୍କୁ ଯୋଗର ଉପଯୋଗିତା, ଉପାଦେୟତା ସମ୍ବନ୍ଧରେ ବିଷଦ ବ୍ୟାଖ୍ୟା ପ୍ରଦାନ କରିଥିଲେ । ପରେ ଯୋଗ ପ୍ରାଣାୟାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ଶିଳା ଛତ୍ରିଆ, ଡମ୍ବରୁଧର ଡାଙ୍ଗ, ବାସୁଦେବ ମଟାରୀ, ଶଶୀକାନ୍ତ ହୋତା, ଫକୀର ମୋହନ ହୋତା, ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.