oom

ଆର୍‌ସିଡିସିର ୩୧ତମ ପ୍ରତିଷ୍ଠା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଲାଲଟିକ୍ରାର ରାଧିକାନଗରଠାରେ ଆର୍‌ସିଡିସିର ୩୧ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର୍‌ସିଡିସିର ବରିଷ୍ଠ କର୍ମୀ କୁଳମଣି ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପୂର୍ବତନ ପ୍ରୋଗ୍ରାମ ଅଫିସର ପ୍ରମୋଦ ବଗର୍ତ୍ତି ଉପସ୍ଥିତ ରହି ଆର୍‌ସିଡିସିର ବଲାଙ୍ଗିର ଜିଲ୍ଲା ପ୍ରତି ଥିବା ଅବଦାନ ଯଥା ଜିଲ୍ଲା ଜଙ୍ଗଲ ସୁରକ୍ଷା କମିଟି, ବିଭିନ୍ନ ଆଞ୍ଚଳିକ ଲୋକ ସଂଗଠନ ଯଥା ପାଟଣେଶ୍ୱରୀ ଖାଦ୍ୟ ସୁରକ୍ଷା ମଞ୍ଚ, ଦଶମତୀ ଆଞ୍ଚଳିକ ମହାସଂଘ, କାନ୍ଦୁଲବୁଢା ଖାଦ୍ୟ ସୁରକ୍ଷା ମଞ୍ଚ, ବସୁଧା ବିକାଶ ସମିତି ଗଠନ କରି ଆଞ୍ଚଳିକ ସମସ୍ୟା ଜଙ୍ଗଲ ସୁରକ୍ଷା ସମସ୍ୟା, କେନ୍ଦୁପତ୍ର ତୋଳାଳୀ ସମସ୍ୟା, ଲଘୁବନଯାତ ଦ୍ରବ୍ୟ ସମସ୍ୟା, ଗୋଷ୍ଟି ଓ ବ୍ୟକ୍ତି ଗତ ଜଙ୍ଗଲ ଜମି ଅଧିକାରକୁ ନେଇ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ୍ ଜଣାଇଥିଲେ । ଆଜିର ସରକାର ସମସ୍ତ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ଅନେକ ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ସରକାରଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏହି ଅବସରରେ କୁଳମଣି ସାହୁ ମଧ୍ୟ ଆର୍‌ସିଡିସିର ଜଙ୍ଗଲ ସୁରକ୍ଷା ସହିତ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ପରିଚାଳନା ଉପରେ ମତାମତ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହୀରାଲାଲ୍ ମିଶ୍ର, ବବିତା ପଧାନ, ଅଜୟ ବାଦି, ସ୍ମରଣିକା ନାୟକ, ଗୁରୁଦେବ ପଢନ, ବିଶ୍ଵାବାସ କର୍ମୀ, ଖିତିଭୂଷଣ ସାହୁ, ଆଶିଷ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.