oom

ସଇଁତଲା ବ୍ଲକରେ ପଞ୍ଚାୟତିରାଜ ଦିବସ ପାଳନ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଦିବସକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଇଛି । ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏପରିକି ରାଜନୈତିକ ଜୀବନରେ ଅନେକ ଘାତ ପ୍ରତିଘାତ ଆସିଥିଲେ ମଧ୍ୟ ସେ ସବୁବେଳେ ଓଡିଶା ବିକାଶ ଚିନ୍ତା କରୁଥୁଲେ ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ସରପଞ୍ଚ ନରେନ୍ଦ୍ର କଲେତ, ସମିତି ସଭ୍ୟ ନବୀନ ରଣା, ରାକେଶ ତ୍ରିପାଠୀ, ଜିପିଇଇ ସୁଷମା ମାଝୀ, ସିଓ ସୁଦର୍ଶନ ନନ୍ଦ, ତରୁଣକାନ୍ତ ଧରୁଆ, ବିଷ୍ଣୁପ୍ରିୟା ମାଝୀ, ବନଜା ବାସିନୀ ଦାସ, ଭାନୁ ପ୍ରତାପ ଭୋଇ, ଇତିଶ୍ରୀ ଦେହୁରୀ, ସଂଗ୍ରାମ ମିଶ୍ରଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.