oom

ବିଶ୍ୱ ବନ୍ୟଜୀବ ଦିବସ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ “ବିଶ୍ୱ ବନ୍ୟଜୀବ ଦିବସ” ପାଳନ କରାଯାଏ ଯାହା ବିବିଧ ପ୍ରାଣୀ ଏବଂ ଉଦ୍ଭିଦଗୁଡିକର ସୁରକ୍ଷା ତଥା ଯତ୍ନ ନେବାର ଆବଶ୍ୟକତା ବିଷୟରେ ଜନସଚେତନତା ସୃଷ୍ଟି କରିଥାଏ । ବିଶ୍ଵର ବିଶାଳ ଜୈବ ବିବିଧତା ପରିସଂସ୍ଥା ପରିବେଶ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଆମକୁ ନିରନ୍ତର ଭାବରେ ଅମ୍ଳଜାନ, ଖାଦ୍ୟ ତଥା ଅନ୍ୟାନ୍ୟ ଉପାଦାନ ଯୋଗାଇଥାଏ । ଆଧୁନିକ ବିଳାସପୂର୍ଣ୍ଣ ଜୀବନ ଶୈଳୀ, ଦ୍ରୁତ ଶିଳ୍ପାୟନ, ବିଶ୍ଵ ତାପନ, ଜଳବାୟୁ ପରିବର୍ତ୍ତନ ଇତ୍ୟାଦି କାରଣ ହେତୁ ଅନେକ ଉଦ୍ଭିଦ ତଥା ପ୍ରାଣୀ ବର୍ତ୍ତମାନ ଧ୍ଵଂସାଭିମୁଧି ଅଟନ୍ତି । ତେଣୁ ବିଶ୍ୱ ବନ୍ୟଜୀବ ଦିବସ ଉତ୍ସବ ପାଳନ ଭବିଷ୍ୟତ ପିଡି ପାଇଁ ପୃଥିବୀର ସମୃଦ୍ଧ ତଥା ବିବିଧ ବନ୍ୟଜୀବକୁ ସୁରକ୍ଷିତ ରଖିବା ଉଦ୍ଧେଶ୍ୟରେ ବ୍ୟକ୍ତିବିଶେଷ, ସମ୍ପ୍ରଦାୟ, ସରକାର ଏବଂ ବିଭିନ୍ନ ସଂଗଠନଗୁଡ଼ିକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ କରେ । ଏହି ବର୍ଷର ବିଷୟବସ୍ତୁ ହେଉଛି “ମାନବ ସମାଜ ଏବଂ ଗ୍ରହର ସଂଯୋଗ ବନ୍ୟଜୀବ ସଂରକ୍ଷଣରେ ଡିଜିଟାଲ୍ ଜ୍ଞାନ କୌଶଳର ପ୍ରୟୋଗ” । ଏହି ଥିମ୍ ବନ୍ୟଜୀବ ତଥା ସେମାନଙ୍କ ପ୍ରାକୃତିକ ଆବାସ ସଂରକ୍ଷଣ ପ୍ରୟାସକୁ ଆଗକୁ ବଢାଇବା ପାଇଁ ଡିଜିଟାଲ ଜ୍ଞାନ କୌଶଳ ପ୍ରୟୋଗର ସମ୍ଭାବନାକୁ ଉନ୍ମୋଚନ କରେ । ଆଜିର ଡିଜିଟାଲ୍ ଯୁଗରେ ଏହି ଥିମ୍ ବିଶେଷ ଭାବରେ ପ୍ରାସଙ୍ଗିକ, ଯେଉଁଠାରେ ବୈଷୟିକ ଜ୍ଞାନକୌଶଳ ଅଗ୍ରଗତି ଦୀର୍ଘ ଦିନର ସଂରକ୍ଷଣ ଆଉହାନର ନୂତନ ସମାଧାନ ପ୍ରଦାନ କରିପାରିବ ମିଳିତ ଜାତିସଂଘର ସାଧାରଣ ସଭା ୨୦ ଡିସେମ୍ବର ୨୦୧୩ରେ ଏକ ସଂକଳ୍ପ ଗ୍ରହଣ କରି ମାର୍ଚ୍ଚ ୩କୁ ୨୦୧୪ରେ ବିଶ୍ଵ ‌ବନ୍ୟଜୀବ ଦିବସ ପାଳନ ରୂପେ ମନୋନୀତ କରିଥିଲା । ବନ୍ୟ ପ୍ରାଣୀ ଏବଂ ଉଦ୍ଭିଦ ସମୁହର ଜୀବନ ପାଇଁ ବିପଦ ସୃଷ୍ଟି କରୁଥିବା ଆନ୍ତର୍ଜାତୀୟ ବାଣିଜ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗଠିତ ସିଆଇଟିଇଏସ୍‌ , ୧୯୭୩ରେ ଏହି ଦିନ ସ୍ୱାକ୍ଷରିତ ହୋଇଥିଲା । ତେଣୁ ଏହି ତାରିଖକୁ ଚୟନ କରାଗଲା । ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ସୃଷ୍ଟିର ବିଚିତ୍ର ବିବିଧ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ଅବଦାନ ପାଇଁ ଆମେ ଭଗବାନଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ ।

jittmm
Leave A Reply

Your email address will not be published.