ଅଖିଳ ଭାରତ ବୀମା କର୍ମଚାରୀ ସଂଘ ଆହ୍ଵାନରେ ଆଜି ସାରା ଦେଶରେ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇ ଦିନିଆ ଧର୍ମଘଟ : ଏଲ୍‌ଆଇସି, ରାଉରକେଲା ଶାଖାରେ ସଫଳତାର ସହିତ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜୀବନ ବୀମା ନିଗମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏବଂ ପୁଞ୍ଜି ବଜାରରେ ଏହାର ଶେୟାର ବିକ୍ରି କରିବାର ଉଦ୍ୟମକୁ ବନ୍ଦ କରିବା ଭାରତୀୟ ଜୀବନ ବୀମା ନିଗମ ତରଫରୁ ସରକାରଙ୍କ ଠାରେ ଦାବୀ କରାଯାଇଥିଲା । ସେଥିପାଇଁ ଆଜି ୨୮ ତାରିଖ ଓ ଆସନ୍ତା କାଲି ୨୯ ତାରିଖ ଦିନ ଭାରତ ବନ୍ଦରେ ବୀମା କର୍ମଚାରୀମାନେ ସାମିଲ ହୋଇ ଏହି ବନ୍ଦକୁ ସମର୍ଥନ କରିଥିଲେ । ରାଉରକେଲା ଶାଖା ତରଫରୁ ଆୟୋଜିତ ବିକ୍ଷୋଭ ସଭାରେ ଉଦ୍‌ବୋଧନ ଦେଇ ସମ୍ପାଦକ ଧାନ ବେସ୍ରା ରାଷ୍ଟ୍ର ନିର୍ମାଣରେ ଭାରତୀୟ ଜୀବନ ବୀମା ନିଗମର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ମରଣ କରି ଏହାର ସୁରକ୍ଷା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ଧର୍ମଘଟରେ ଶତ ପ୍ରତିଶତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଗଜେନ୍ଦ୍ର ଚାରଡିଆ, ମନୋଜ ଦାସ, ହରିଶଙ୍କର ମହାପାତ୍ର, ହିମାଂଶୁ ବେହେରା, ଜୟନ୍ତ ଦାସ, ସତ୍ୟାନନ୍ଦ ସାହୁ, ପଶୁପତିନାଥ ଚାଟାର୍ଜି, ଶ୍ରୀମତୀ କେ.ଶୋଭା, ଶିବାନ ସାଲେନ ଏକା, ହର ପ୍ରିୟା ହୋତା, ଜୟା ବୁଡ, ପ୍ରତିମା ନାଗ, ସନ୍ତୋଷ କୁମାର ମିଶ୍ର, ବିଜୟ ମିଶ୍ର, ବିଘ୍ନେଶ୍ୱର ପରିଡ଼ା, ଗଜେନ୍ଦ୍ର ପାତ୍ର, ରବୀନ୍ଦ୍ର କୁମାର ସରାଫ, ମାଇକେଲ ଏକା, କୃପାସିନ୍ଧୁ ମିଶ୍ର, ଅନୀଲ ଟପ୍ପୋ, ସୁଧୀର ଭେଙ୍ଗରା, ମକର ଧନୀ ମାଝୀ, କାରୁ ମାର୍ଣ୍ଡି, ରୁଶୁ ଚନ୍ଦ୍ର ପାଣ୍ଡେ, ଶରତ ନାୟକ, ବିଜୟ କୁମାର ସାହୁ, ହରେକୃଷ୍ଣ ମେହେର, ବାବୁଲା ବାରିକ୍ ଏବଂ ବିଭୁ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.