oom

ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଅତିଶୀଘ୍ର ଧାନ ବିକ୍ରି ନେଇ ହେଉଥିବା ଚାଷୀଙ୍କ ସବୁ ପ୍ରକାର ସମସ୍ୟା ସମାଧାନ ଦାବୀରେ ଯୋଗାଣ କାର୍ଯ୍ୟାଳୟରେ ଧାରଣା

jsmm

ବରଗଡ, (ନିରୋଜ କୁମାର ପାଣୀ) : କରୋନା ଯୋଗୁଁ ଲକଡାଉନ ଓ ଏହା ମଧ୍ୟରେ ୟାସ ବାତ୍ୟା ଯୋଗୁଁ ଚାଷୀ ଧାନ ଅମଳ କରିପାରୁନାହିଁ କି ଅମଳ ହୋଇଥିବା ଧାନ ବିକ୍ରି କରି ପାରୁନାହିଁ । ଏଭଳି ସମୟରେ ଅନେକ ଚାଷୀଙ୍କ ଟୋକନର ଅବଧି ସରିଯାଇଥିଲେ ମଧ୍ୟ ସେମାନେ ବଜାରକୁ ଧାନ ନେଇ ପାରିନାହାନ୍ତି । ଯେଉଁ ମାନଙ୍କ ଧାନ ଅମଳ ହୋଇ ସାରିଛି ସେମାନଙ୍କ ପାଖରେ ଟୋକନ ନାହିଁ ଓ ଯେଉଁ ମାନଙ୍କ ଧାନ ଅମଳ ହୋଇନାହିଁ ତାଙ୍କ ପାଖରେ ଟୋକନ ଅଛି ଏବଂ ଏହା ଅତିଶୀଘ୍ର ଲେପ୍ସ ହୋଇଯିବ । ସେପଟେ ସରକାର ଚାଷୀ ମାନଙ୍କ ଠାରୁ ଏକର ପ୍ରତି ୨୬ କ୍ୱିଣ୍ଟାଲ ଧାନ କିଣିବା କଥା କହିଛନ୍ତି ସେ ହିସାବରେ ଜଣେ ଚାଷୀ ଯଦି ୨.୫ ଏକର ରେଜିଷ୍ଟେସନ କରିଛି ସରକାର ୬୫ କ୍ୱିଣ୍ଟାଲ ଧାନ କିଣିବା କଥା ହେଲେ ଚାଷୀଙ୍କୁ ମାତ୍ର ୮ କ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ ମେସେଜ ଆସିଛି, ଏଥି ପାଇଁ ଦାୟୀ କିଏ ? ଏହା କେବଳ ଗୋଟିଏ ଚାଷୀଙ୍କ ସମସ୍ୟା ନୁହେଁ, ସମସ୍ତ ଚାଷୀଙ୍କ ସମାନ ଅଭିଯୋଗ । ଏଭଳି ଅବସ୍ଥାରେ ଚାଷୀ ହତାଷରେ ବସି ରହିଛି । ସରକାରୀ କଳର ଭୁଲ ଏଣ୍ଟ୍ରି ହଉ ଅଥବା ଜାଣି ଶୁଣି ହଉ, ଚାଷୀ ବିଚରା ଏଠି ସେଠି ଗୁହାରର କରୁଛି, ଆଜି ଏହି ସମସ୍ତ ସମସ୍ୟାର ସମାଧାନ ଅତିଶୀଘ୍ର କରିବା ପାଇଁ ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଧାରଣା ଦିଆ ଯାଇଥିଲା । ପରେ ମୁଖ୍ୟ ଯୋଗାଣ ଅଧିକାରୀ ବିଜେପି ନେତୃବୃନ୍ଦଙ୍କ ସହିତ ଆଲୋଚନା କଲା ପରେ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ନ ହୁଏ ଭାରତୀୟ ଜନତା ପାର୍ଟି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବ୍ଲକ ସାଂସଦ ପ୍ରତିନିଧି ଅବନିକାନ୍ତ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅମିତ ପଣ୍ଡା, ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଂଯୋଜକ ପରୀକ୍ଷିତ ଛତର, ବିରମାଲ ମଣ୍ଡଳ ସଭାପତି ବ୍ୟାସ ନାୟକ, ପ୍ୟାରିଲାଲ ସାହୁ, ସଂଜୟ ପ୍ରଧାନ, ହେପି ଏବଂ ବରଗଡ଼ ବ୍ଲକର ବିଭିନ୍ନ ଗ୍ରାମର ଚାଷୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.