ଟ୍ରେନ ରହଣୀ ଦାବୀରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଷ୍ଟେସନରେ ଦୃତଗାମୀ ଟ୍ରେନ ହୀରାଖଣ୍ଡ ଓ ପୁରୀ ତିରୁପତି ରହଣୀ ଦାବୀରେ ପୌରାଞ୍ଚଳ ବରିଷ୍ଠ ନାଗରିକଙ୍କ ଡକାରରେ ସମସ୍ତ ସହରବାସୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିରାଟ ରାଲିରେ ସହର ପରିକ୍ରମା କରି ଗଞ୍ଜାମ ରେଳଷ୍ଟେସନ ସମ୍ମୁଖରେ ଗାନ୍ଧୀଜୀଙ୍କ ଫଟୋ ରଖି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବରିଷ୍ଠ ନାଗରିକମାନେ ଏକତ୍ରିତ ହୋଇ ସ୍ମାରକପତ୍ର ରେଳ ଉଚ୍ଚ କତୃପକ୍ଷଙ୍କୁ ପ୍ରଦାନ କରିଥିଲେ । ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏନ୍‌ଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀ ଉପସ୍ଥିତ ଥିଲେ । ସମସ୍ତ ଜନସାଧାରଣଙ୍କ ନିଷ୍ପତି କ୍ରମେ ଯେଉଁଦିନ ପର୍ଯ୍ୟନ୍ତ ଦାବୀ ପୂରଣ ନ ହେବ ସେତେଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଅଂଚଳବାସୀଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.