oom

ବିଭିନ୍ନ ସମସ୍ୟାକୁ ନେଇ ଧାରଣାରେ ବସିଲେ ଟାଟା ପାୱାର ଅଧୀନରେ ଥିବା କର୍ମଚାରୀମାନେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଟା ପାୱାର ଅଧୀନରେ ଠିକା ନେଇ ଥିବା ବଲାଙ୍ଗିର ସହରର ସୀତାରାମବିହାର ସ୍ଥିତ ସୁରିୟା କନ୍ସଟ୍ରକ୍‌ସନ୍‌ ଆଗରେ ଆଜି ବିଭିନ୍ନ ସମସ୍ୟାକୁ ନେଇ ଧାରଣାରେ ବସିଥିଲେ ୩ଟି ଡିଭିଜନ ବଲାଙ୍ଗିର, ସୋନପୁର ଓ ଟିଟିଲାଗଡର ୩୩/୧୧ କେଭି ଗ୍ରୀଡର କର୍ମଚାରୀମାନେ । ତେବେ ୩୩/୧୧ କେଭି ଗ୍ରୀଡର କର୍ମଚାରୀମାନଙ୍କ ସମସ୍ୟାଗୁଡିକ ହେଲା- ସେମାନେ ଜନସାଧାରଣଙ୍କ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ବିଦ୍ୟୁତ କାମ କରୁଥିବା ବେଳେ ତାଙ୍କ ସୁରକ୍ଷା ପାଇଁ ଯୋଥୋଚିତ ସାମଗ୍ରୀ କମ୍ପାନୀ ତରଫରୁ ଯୋଗାଇ ଦିଆଯାଉନାହିଁ । ପୁଣି ଜଣେ କର୍ମଚାରୀ ଆକସ୍ମିକ ଭାବେ କୌଣସି ଅସୁବିଧା ବଶତଃ ଗୋଟିଏ ଦିନ ଛୁଟିରେ ରହିଗଲେ, ତାଙ୍କ ୧୫ ଦିନର ବେତନ କଟାଯାଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀମାନେ । ଅନ୍ୟପଟେ ତିନିରୁ ଚାରି ଦିନ ତଳେ ଲୋଇସିଂହା ୩୩/୧୧ କେଭି ଗ୍ରୀଡରେ କୌଣସି କାରଣ ବଶତଃ ନିଆଁ ଲାଗିଯିବାରୁ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହେବା ପରେ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଜଣକ ଆସି କେମିତି କ’ଣ ନିଆଁ ଲାଗିଲା ସେକଥା ନବୁଝି କର୍ମଚାରୀଙ୍କ ଦୋଷ କେଉଁ ଜାଗାରେ ଅଛି ତାହା ଖୋଜିବାରେ ବ୍ୟସ୍ତ ହୋଇ ଆକ୍ରୋଶମୂଳକ ବ୍ୟବହାର ଦେଖାଇଥିଲେ ବୋଲି କହିବା ସହ ଉଚିତ ନ୍ୟାୟ ପାଇଁ ଦାବୀ କରିଥିବା ବେଳେ ସୁରିୟା କନ୍ସଟ୍ରକ୍‌ସନ୍‌ ଅଧିକାରୀମାନେ ଧାରଣାରେ ବସିଥିବା କର୍ମଚାରମାନଙ୍କ ଦାବୀ ଓ ସମସ୍ୟାକୁ ନେଇ ଯଥା ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ଓହରିଥିଲେ କର୍ମଚାରୀମାନେ ।

jittmm
Leave A Reply

Your email address will not be published.