om academy

ହରିଶଙ୍କର ବୈଶାଖ ମେଳାରେ ଅନ୍ନସେବା ବଣ୍ଟନ ଅନୁମତି ପ୍ରଦାନ ନେଇ ଉପଜିଲ୍ଲାପାଳଙ୍କ ପାତର ଅନ୍ତର ନୀତି ଏବଂ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସମଲେଇ ସେନାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ହରିଶଙ୍କର ମହୋତ୍ସବ ସମୟରେ ମେଳା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଯାହାକୁ ଆଖି ଆଗରେ ରଖି ଅନେକ ସ୍ବେଚ୍ଛାସେବୀ ସଂଗଠନ ଭକ୍ତ ଏବଂ ଦର୍ଶକଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରିଥାଆନ୍ତି । ସେହିଭଳି ସମଲେଇ ସେନା ମଧ୍ୟ ଅନ୍ନଭୋଗ ବଣ୍ଟନ ପାଇଁ ପୂର୍ବରୁ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇଥିଲେ। ଗତକାଲି ଦିନ ୧୧ଟା ବେଳେ ସମଲେଇ ସେନା ରାସନ ସାମଗ୍ରୀ ଧରି ହରିଶଙ୍କର ପହଞ୍ଚିବା ପରେ ଉପଜିଲ୍ଲାପାଳ ସେମାନଙ୍କୁ ମେଳା ଭିତରକୁ ପ୍ରବେଶ ପାଇଁ ଅନୁମତି ତ ଦେବା ଦୂରର କଥା ଟାଣ ଖରାରେ ୩ ଘଣ୍ଟା ଅଟକ ରଖିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସମଲେଇ ସେନାର ସଭାପତି ଅଭିଯୋଗ କରିଛନ୍ତି । ଯାହାଫଳରେ ସମଲେଇ ସେନାର କର୍ମୀ ଲଜ୍ଜିତ ହୋଇ ପାଟଣାଗଡ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଅନ୍ୟ ସଙ୍ଗଠନକୁ ଅନ୍ନଭୋଗ ବଣ୍ଟନ ପାଇଁ ଅନୁମତି ଦେଇଥିବା ବେଳେ ଆମକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ଯାତ୍ରା ଉପଭୋଗ କରିବା ପାଇଁ ମଧ୍ୟ ସମଲେଇ ସେନାକୁ ଅନୁମତି ଦେଇନଥିଲେ ବୋଲି କ୍ଷୋଭ ପ୍ରକାଶ କରିବା ସହ ଆଇନର ଆଶ୍ରୟ ନେବେ ବୋଲି ସମଲେଇ ସେନା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.