jayashree

ନିଖିଳ ଓଡିଶା ଆଶାକର୍ମୀ ପାଟଣାଗଡ ସଂଘ ଶାଖା ପକ୍ଷରୁ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା

  • କେନ୍ଦ୍ର ସରକାରଙ୍କ କାକ ସ୍ନାନ, ବକ ଧ୍ୟାନ, ସ୍ୱାନ ନିନ୍ଦ୍ରା, ସ୍ୱଳ୍ପାହାରୀ ଶ୍ଳୋକ ନୀତିରେ ଚାଲୁଥିବା ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ଦିଆଯାଉ : ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଖିଳ ଭାରତୀୟ ଟ୍ରେଡ ୟୁନିୟନ (ଏ.ଆଇ.ଟି.ୟୁ.ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦେଶ ବିରୋଧୀ ଓ ଜନ ବିରୋଧି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମାର୍ଚ୍ଚ ୨୮, ୨୯ ଦୁଇଦିନିଆ ଭାରତର ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସମର୍ଥନ ଜଣାଇ ବଲାଙ୍ଗିର ୟୁନିଟେଡ ଟ୍ରେଡ ୟୁନିୟନ ଶାଖା ପକ୍ଷରୁ ଜିଲ୍ଲାରେ ଭାରତ ବନ୍ଦ ଡାକରା ସମର୍ଥନ କରିବାକୁ ଆହ୍ୱାନ କରାଯାଇଛି । ଏହାକୁ ସମର୍ଥନ ଜଣାଇ ନିଖିଳ ଓଡିଶା ଆଶାକର୍ମୀ ପାଟଣାଗଡ ସଂଘ ପକ୍ଷରୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଗରେ ଧାରଣା ଦିଆଯାଇଛି । ସଂଘର ଜିଲ୍ଲା ସଂଯୋଜକ ଦିଲିପ୍ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣା କେନ୍ଦ୍ର ସରକାରଙ୍କ ମାରଣାନୀତି ଉପରେ ବିଭିନ୍ନ ନାରାବାଜି ଦେବା ସହ କେନ୍ଦ୍ର ସରକାର ମା’ ଓ ଶିଶୁ ମାନଙ୍କ ଯତ୍ନ ନେବା ସହ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଁ ଯୋଜନା ପ୍ରଣୟନ କଲେ । ସେହି ଯୋଜନାରେ କର୍ମଚାରୀ ଭାବେ ଆଶାକର୍ମୀଙ୍କୁ ନିଯୁକ୍ତି ଦେଲେ । ମା’ ଓ ଶିଶୁ ମୃତ୍ୟୁ ହାର କମାଇବା ସହ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜୀବନକୁ ବାଜି ଲଗାଇ ନିଜ ପରିବାରକୁ ପଛରେ ଦେଶର ସ୍ଵାସ୍ଥ୍ୟସେବାରେ ଉନ୍ନତି ଆଣିଲେ ଆଶା କର୍ମୀ । ସମସ୍ତ ରୋଗର ସଚେତନତା ଦାୟିତ୍ଵ ଆଶାକର୍ମୀ ଉପରେ ନ୍ୟସ୍ତ କରାଗଲା ବୋଲି ଦୃଢୋକ୍ତି ପ୍ରକାଶ ପାଇଥିଲା । ମହାମାରୀ କୋଭିଡ ସମୟରେ ପ୍ରତିହତ କରିବା ପାଇଁ ଆଶା କର୍ମୀମାନେ ବ୍ରଜ ଶପଥ ନେଇ କୋଭିଡ ହଟିବ ଆମେ ଜିତିବୁ ବୋଲି ନାରା ଦେଇଥିଲେ । ଅନେକ ସମସ୍ୟା ସତ୍ତ୍ୱେ କୋଭିଡ ପରାଜିତ କରିବା ପାଇଁ ଆଶାକର୍ମୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଥିଲା । ଆଶା କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ଦିଆଯାଉ, ଦରମା ବୃଦ୍ଧି କରାଯାଉ ବୋଲି ଦାବୀ କରିଥିଲେ । ଦାବୀ ପୂରଣ ନହେଲେ ତିବ୍ରତର ଆନ୍ଦୋଳନ କରିଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଡାକ୍ତରଖାନାରେ ଆଶାକର୍ମୀ ମାନଙ୍କୁ ଉପଯୁକ୍ତ ବ୍ୟବହାର ଦିଆଯାଉ ଆଦି ୧୨ ଦଫା ଦାବୀ କରାଯାଇଥିଲା । ଧାରଣା ସ୍ଥଳରେ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡଃ ସଂଜୟ କୁମାର ମେହେର ଯାଇ ଆଶାକର୍ମୀ ମାନଙ୍କ ଦାବୀ ଗୁଡ଼ିକ ପୂରଣ ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା ଜିଲ୍ଲା ସଂଯୋଜିକା ଆନନ୍ଦିନୀ ବିଶ୍ଵାସ, ସଭାନେତ୍ରୀ ଲଲିତା ବାଗ, ପୁଷ୍ପାଞ୍ଜଳି ଚୌଧୁରୀ, ମଥୁରା କାଲସାଏ, ସାଧବୀ ମହାନନ୍ଦ, ସଂପାଦିକା ଉର୍ବଶୀ ସାହୁ, ସହ ସଂପାଦିକା ସଂଗିତା ହରିପାଲ, କୋଷାଧ୍ୟକ୍ଷ ତପସ୍ଵିନୀ ସେଠ, କୌଶଲ୍ୟା ମେହେର, କୁନ୍ତୀ କୁମ୍ଭାର, କାହ୍ନୁ ଲାଲ୍ ଦତ୍ତ, ବାସନ୍ତୀ କୁଅଁର, ସୁରଦିନୀ ପ୍ରଧାନ, ସଂଯୁକ୍ତା ସାହୁ, ସୁକାନ୍ତି ବର୍ଗତ୍ତି, ତ୍ରିବେଣୀ କୁମ୍ଭାର, ପ୍ରତିମା ସରାଫ, ସରୋଜିନୀ ରଣା, ଜ୍ୟୋତ୍ସ୍ନାମୟୀ ସାହୁ, ସରୋଜିନୀ ରଣା, ରାଶେଶ୍ଵରୀ ଫରିକାର, ଡମନୀ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଆଶାକର୍ମୀ ସାମିଲ ଥିଲେ ।

Leave A Reply

Your email address will not be published.