
ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକକୁ ଆସୁଥିବା ସରକାରୀ ଅନୁଦାନର କେସ୍ ରେକର୍ଡ ତୁରନ୍ତ ଖେଲା ନଗଲେ ଆସନ୍ତା ୨୪ ତାରିଖରୁ ବ୍ଳକ କାର୍ଯ୍ୟାଳୟ ଆଗରେ ପଞ୍ଚାୟତ ସମିତିର ସମସ୍ତ ସଭ୍ୟସଭ୍ୟା ଧାରଣରେ ବସିବା ନେଇ ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ଉପାଧ୍ୟକ୍ଷ ନଳୀନୀ ସେଠ, ସମିତି ସଭ୍ୟ ଶିଶୁ କୁମାର ପ୍ରଧାନ, ଚିତ୍ରସେନ ଭୋଇ, ଟିକୁରାମ ପାଣିଗ୍ରାହୀ, ସମିତିସଭ୍ୟା ଗୀତାଞ୍ଜଳି ଭୋଇ, ତପସୀନୀ ମଲ୍ଲିକ, ସନ୍ତୋଷିନୀ ମଲ୍ଳିକ ଆଦି ଆଜି ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗଙ୍କ ଜରିଆରେ ଏକ ଦାବୀପତ୍ର ବଲାଙ୍ଗିର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବୀପତ୍ରରେ ଦର୍ଶାଇଛନ୍ତି ଯେ, ବ୍ଳକକୁ ଚଳିତ ଆର୍ଥିକ ବର୍ଷରେ ମିଳିଥିବା ପଞ୍ଚମ ଅର୍ଥ କମିସନ ତଥା ଅନ୍ୟାନ୍ୟ ଅନୁଦାନର ବ୍ଳକକୁ ମଞ୍ଜୁରୀ ହୋଇ ଆସିଥିଲେ ମଧ୍ୟ ସରକାରୀ ଦଳର ରାଜନୈତିକ ଚାପରେ ଆଜି ପର୍ଯ୍ୟନ୍ତ କେସ୍ ରେକର୍ଡ ଖୋଲା ଯାଇ ନାହିଁ । ଏଥି ଯୋଗୁଁ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ଠପ୍ ହୋଇ ପଡିଛି । ଅନ୍ୟପକ୍ଷରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତ ବ୍ଳକ ଅଞ୍ଚଳରେ ଦେଖା ଦେଇଥିବା ବେଳେ ଶ୍ରମିକ ମାନେ କାମଧନ୍ଦା ନପାଇ ହାତବାନ୍ଧି ବସିଛନ୍ତି । ଏଣୁ ଆସନ୍ତା ୨୩ ତାରିଖ ସୁଧ୍ୟା କେସ୍ ରେକର୍ଡ ଖୋଲା ନଯାଏ, ତେବେ ୨୪ ତାରିଖରୁ ବ୍ଳକ କାର୍ଯ୍ୟାଳୟ ଆଗରେ ବସିବା ପାଇଁ ଦାବୀ ପତ୍ରରେ ଦର୍ଶାଇଛନ୍ତି ।