ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଧାରଣା

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଡିଏଭି ‌ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ସେମିଷ୍ଟର ପରୀକ୍ଷା ତଥା ଅନ୍ୟାନ୍ୟ ସେମିଷ୍ଟର ପରୀକ୍ଷା ଏବଂ ଚାଲିଥିବା ଅନଲାଇନ କ୍ଲାସ ଗୁଡିକ ନିୟମିତ ଭାବରେ କରାଯିବ ପାଇଁ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଧାରଣା ଦିଅ ଯିବା ସହିତ କଲେଜ ମୁଖ୍ୟ ଗେଟ୍ ସାମ୍ନାରେ ଦୀର୍ଘ ସମୟଧରି ଆନ୍ଦୋଳନ କରାଯାଇଥିଲା । ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ରହିଥିଲା ଯେ ବିଗତ କିଛି ଦିନ ମଧ୍ୟ ରେ କଲେଜ ର କିଛି ଅଧ୍ୟାପକ ଓ ଛାତ୍ରଛାତ୍ରୀ କୋରୋନା ପୋଜିଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ ଡିଏଭି କଲେଜ ପକ୍ଷରୁ କୌଣସି ପ୍ରକାର ପ୍ରତିଷେଧାତ୍ମକ ପନ୍ଥା ଗ୍ରହଣ କରାଯାଉନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟ ରେ ଅସନ୍ତୋଷ କୁହୁଳୁଥିଲା । ତେବେ କଲେଜ ପ୍ରଶାସନ କେବଳ ହାତ ଉପରେ ହାତ ରଖି ଆମ ହାତ ରେ କିଛି ନାହିଁ ବୋଲି କହୁଥିବାରୁ ଛାତ୍ରଛାତ୍ରୀ ନାପସନ୍ଦ କରିଥିଲେ । ତେବେ ଆଜି ସକାଳୁ କୁହୁଳୁଥିବା ଅସନ୍ତୋଷ ଆନ୍ଦୋଳନ ର ରୂପ ନେଇଥିଲା ଏବଂ ସକାଳୁ ଛାତ୍ର କ୍ରିୟାନୁଷ୍ଠାନ କମିଟି ସଭାପତି ଶୁଭମ ଆଚାର୍ୟ୍ୟ ଙ୍କ ନେତୃତ୍ୱ ରେ ଶତାଧିକ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଗେଟ୍ ସାମ୍ନା ରେ ଧାରଣା ରେ ବସିଥିଲେ ! ତେବେ ଏହି ସମୟ ରେ କଲେଜ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୁତ ହୋଇଥିଲା । କଲେଜ ଅଧ୍ୟକ୍ଷ ଅନ୍‌ଲାଇନ୍‌ କ୍ଲାସ ନିୟମିତ ଓ ସଠିକ ଭାବରେ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ଅନ୍‌ଲାଇନ ପରୀକ୍ଷା ପାଇଁ ୟୁନିଭର୍ସିଟି ଭିସିଙ୍କ ସହିତ ଆଲୋଚନା ପରେ ହିଁ ନିଷ୍ପତି ଗ୍ରହଣ କରାଯିବ ବୋଲି କହିଥିଲେ । ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ଆଜିର ଏହି ଆନ୍ଦୋଳନରେ ହିତେଶ ମିଶ୍ର, ପ୍ରଦୀପ ନାରାୟଣ ଦାଶ, ଅଜୟ ସାହୁ, ସୁଧୀନ୍ଦ୍ର ଭୋଇ, ଚନ୍ଦ୍ରାନଶୁ ମିଶ୍ର, ସୋମନାଥ ପାଣିଗ୍ରାହୀ, ମହେଶ ବେହେରା, ରୋଶନ ସାହୁ, ଜଗଦୀଶ ରାଉତ, ବିକାଶ ବେନିଆ, ଆକାଶ ବେହେରା, ଚିନ୍ମୟ ଭୋଇ, ସୃଜନୀ ବେହେରା, ସ୍ଵାତି ଗୁପ୍ତ, ଅଂଚଳ ଅଗ୍ରୱାଲ, ଶ୍ରୀୟା ଶର୍ମା, ଅଙ୍କିତ ସିଂ, ଶିବ କେବେନ୍ଦ୍ର ସାହ ପ୍ରମୁଖଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଛାତ୍ର ସମାଜର ସମସ୍ତ ଦାବୀ ଯଥାର୍ଥ ବୋଲି ଜଣାଇ ଏହାକୁ ଟିଟିଲାଗଡ଼ ବିକାଶ ସେନା ସଭାପତି ଇଂ. ଅମ୍ଲାନ ଷଡ଼ଙ୍ଗୀ ସମର୍ଥନ ଜଣାଇବା ସହିତ ଏହାକୁ ତୁରନ୍ତ ପୁରାଣ କରା ନ ଗଲେ ଆନ୍ଦୋଲତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.