ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବରୋବାହାଲ ସ୍ଥିତ ତ୍ରିବେଣୀ ଇଞ୍ଜିକ୍ସନ କମ୍ପାନୀ କ୍ୟାମ୍ପର ଗେଟ ସମ୍ମୁଖରେ ଅନୁକମ୍ପାମୂଳକ ସହାୟତା ଟଙ୍କା ପ୍ରଦାନ ଦାବିରେ ମୃତକଙ୍କ ପତ୍ନୀ ନିଜ ପୁଅଝିଅଙ୍କ ସହ ଧାରଣାରେ ବସିଛନ୍ତି । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ବାରକୋଟି ଗ୍ରାମର ଅମୂଲ୍ୟ ସାହୁ ତ୍ରିବେଣୀ କମ୍ପାନୀରେ କାମ କରୁଥିଲେ । ଗତ ମାର୍ଚ୍ଚ ମାସରେ କାମ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଦୀର୍ଘ ମାସ ପରେ ମଧ୍ୟ ମିଳିନଥିବା ବେଳେ କମ୍ପାନୀ ପକ୍ଷରୁ ଦିଆଯାଉଥିବା ସହାୟତା ୨ ଲକ୍ଷ ଟଙ୍କାକୁ ମନା କରି ୧୦ ଲକ୍ଷରୁ ଅଧିକ ସହାୟତା ଟଙ୍କା ପ୍ରଦାନ କରିବା ପାଇଁ ମୃତ ଅମୂଲ୍ୟଙ୍କ ସ୍ତ୍ରୀ ରଞ୍ଜିତା ପଧାନ ଦାବି କରି ଧାରଣାରେ ବସିଛନ୍ତି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ତ୍ରୀ ରଞ୍ଜିତା ଅସହାୟ ହୋଇପଡିଥିବା ବେଳେ ପୁଅଝିଅଙ୍କ ଭବିଷ୍ୟତ ପାଇଁ ଅନୁକମ୍ପା ମୂଳକ ସହାୟତା ୧୦ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଛନ୍ତି ।
Prev Post