ନ୍ୟାୟ ଦାବି କରି ସାଲେପୁର ଥାନା ସମ୍ମୁଖରେ ପରିବାର ସହ ଗ୍ରାମବାସୀଙ୍କ ଧାରଣା

ସାଲେପୁର, (କେପିଏନ୍‌ଏସ୍‌) : କଟକ ଜିଲ୍ଲାର ସାଲେପୁର ଥାନା ଶିଶୁଆରେ ଏକ ଘରୋଇ କମ୍ପାନୀ ଆଇଟିସିରେ କ୍ୟାସିୟର ଭାବେ କାର୍ଯ୍ୟରତ ବିଶ୍ଵଜିତ ମହାନ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ୧୩ରୁ ଅଧିକ ଦିନ ବିତି ଯାଇଥିଲେ ବି ପୋଲିସ ହାତ ଖାଲି । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରି ପରିବାର ସହ ଗ୍ରାମବାସୀ ସାଲେପୁର ଥାନା ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି । ତଦନ୍ତ ପ୍ରକ୍ରିୟାକୁ ନେଇ ସାଲେପୁର ଆଦର୍ଶ ଥାନାର ପାରିବା ପାଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ, ପ୍ରଥମରୁ ପରିବାର ଲୋକ ପୋଲିସର କାର୍ଯ୍ୟଶୈଳୀ ଉପରେ ସନ୍ଦେହ କରୁଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ପୁଅ ନିଖୋଜ ହେବାର ଅଭିଯୋଗ ରଖିବାକୁ ପୋଲିସ ମନା କରିବା, ପରବର୍ତ୍ତୀ ଅବସ୍ଥାରେ ରଖିବା ଏବଂ ଅଭିଯୋଗ କରିବାର ଗୋଟିଏ ଦିନ ପରେ କ୍ଷତ ବିକ୍ଷତ ଅବସ୍ଥାରେ ପୁଅ ବିଶ୍ଵଜିତର ଶବ ନିଶ୍ଚିତ କୋଇଲି ଥାନାର ୮ ନମ୍ବର କେନାଲରୁ ମିଳିବା ଘଟଣାକୁ ଜଟିଳ କରୁଛି । ଆମ ପୁଅକୁ କମ୍ପାନୀର କର୍ତ୍ତୃପକ୍ଷ ମାରି ଦେଇଛନ୍ତି ପୋଲିସ କମ୍ପାନୀ ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ମୁଖ୍ୟ ଅଭିଯୁକ୍ତକୁ ଯେ, ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଧାରଣା ଜାରି ରହିବ ବୋଲି ଧାରଣା ଦେଇଥିବା ପରିବାର ଲୋକ ସିଧାସିଧା ପ୍ରକାଶ କରିଛନ୍ତି । ଅନ୍ୟପଟେ ପୋଲିସ ଏ ସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.