oom

ଡିସେମ୍ବର ୨୭ରୁ ବରଗଡ ଧନୁଯାତ୍ରା ମହୋତ୍ସବ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ଡ଼ିସେମ୍ବର ମାସ ୨୭ ତାରିଖରୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ । ଏହା ୧୧ ଦିନ ବ୍ୟାପୀ ଚାଲିବ ଓ ୬ ଜାନୁଆରୀ ୨୦୨୩ରେ ଉଦ୍‌ଯାପିତ ହେବ ବୋଲି ଆଜି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ସମିତିର ଅଧ୍ୟକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ସାଧାରଣ ପରିଷଦ ବିଭିନ୍ନ କମିଟିର ୧୫୦ ଜଣ ସଭ୍ୟ, ସଭ୍ୟା ଅଂଶଗ୍ରହଣ କରିଥିଲେ । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ଚଳିତ ବର୍ଷ ଏହି ଯାତ୍ରା ସଫଳତାର ସହିତ ଆୟୋଜନ ପାଇଁ ଆଲୋଚନା ହୋଇଥିଲା । ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ଆୟୋଜନର ବିଭିନ୍ନ ଅସୁବିଧା ଓ ଚଳିତ ଥର ତାହାର ସମାଧାନ ସଂପର୍କରେ ସୂଚନା ଦେଇଥିଲେ । ସଭାରେ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ନବୀନ ପଟେଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ରାଜେନ୍ଦ୍ର ପ୍ରସାଦ ସିଂ, କିଶୋର ମିଶ୍ର, ବରଗଡ଼ ଓକିଲ ସଂଘ ସମ୍ପାଦକ ହରିହର ପ୍ରଧାନ, ହରଦୀପ ସିଂ, ପ୍ରୀତମ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.