ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନିରବଚନ ଗ୍ରାମରେ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ କାର୍ଯ୍ୟକ୍ରମ ସମାପନ ହୋଇଛି । କଂସ ଭୂମିକାରେ ଅଭିନୟ କରିବା ପାଇଁ ଠେଲକୋମୁଣ୍ଡା ଗ୍ରାମର ଯୁବ ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କୁ ଗ୍ରାମବାସୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବରଣ କରିଥିବା ସୂଚନା ମିଳିଛି । ଆସନ୍ତା ଫେବୃଆରୀ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ହେବାକୁ ଥିବାବେଳେ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ କଂସ ଦରବାର ସାଙ୍ଗକୁ ମିନାବଜାର ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଫେବୃଆରୀ ୨ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଦିନବେଳା ରାମାୟଣ ପାରାୟଣ ହେବ ବୋଲି ଗ୍ରାମବାସୀଙ୍କ ତରଫରୁ ସୂଚନା ମିଳିଛି ।