oom

ସ୍ୱାଧୀନତା ସଂଗ୍ରାମୀ ଧନଞ୍ଜୟ ମହାନ୍ତିଙ୍କ ପୂଣ୍ୟତିଥି ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଆଇନଜୀବୀ, ପୂର୍ବତନ ସାଂସଦ ତଥା ବିଧାୟକ ସ୍ୱର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୧ତମ ପୂଣ୍ୟତିଥି ଧନଞ୍ଜୟ ମହାନ୍ତି ଟ୍ରଷ୍ଟ ପକ୍ଷରୁ ସିଭିଲଟାଉନସିପ୍‌ ସ୍ଥିତ ସ୍ମୃତି ଉଦ୍ୟାନରେ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି । ସାଧାରଣ ସଂପାଦକ ବୈଦ୍ୟନାଥ ଦାସଙ୍କ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ ଆରଏସ୍‌ପିର ଏକ୍ଜିକ୍ୟୁଟିଭ ଆସୋସିଏସନ୍‌ର ସଭାପତି ଅବକାଶ ମଲ୍ଲିକ ଓ ନୂତନ ଭାବେ ଦାୟିତ୍ୱ ନେଇଥିବା ସଭାପତି ରମେଶ ବଳ, ସମାଜସେବୀ ସୌଭାଗ୍ୟବତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଯୁଗ୍ମ ସଂପାଦକ ବାସୁଦେବ ବାନାର୍ଜୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ନାୟକ, ରାଜୀବ ସିଂହ, କୀର୍ତ୍ତନ ଦାସ, ବିଶ୍ୱଜିତ ସାହୁ, ଚନ୍ଦ୍ରଶେଖର ପାଢୀ, ସୁଶାନ୍ତ ରାଉତରାୟ, ସନ୍ତୋଷ ନାୟକ, ସୁଶ୍ରୀ ଲିପି ଘୋଷ, ସୁଶ୍ରୀ ଚେତନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ସଭାରେ ସହରର ଗଣ୍ୟମାନ୍ୟ ବ୍ୟକ୍ତି, ମହିଳା, ଯୁବକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଏହାସହ ବୃକ୍ଷରୋପଣ କରାଯାଇ ଥିବାବେଳେ ଭାରତରତ୍ନ ଲତା ମଙ୍ଗେସକରଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଉପସଭାପତି ପୁଷ୍ପା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.