
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ବଜାର ପ୍ରାଙ୍ଗଣରେ ମା’ ସନ୍ତୋଷୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେବାକୁ ଥିବା ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଉଦ୍ଘାଟନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ମକରଧ୍ୱଜ ବଗାର, ସଂପାଦିକା ଶ୍ରୀମତୀ ସଂଯୁକ୍ତା ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଓ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ ।