ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କୃଷି ସମବାୟ ସମିତି ପକ୍ଷରୁ ଶୁକ୍ରବାର ବଜାର ପଡିଆ ଠାରେ ଚଳିତ ବର୍ଷ ପାଇଁ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏଥିରେ ପେସ୍କ ସଭାପତି ହରି ମହାନନ୍ଦ, ନିର୍ଦ୍ଦେଶକ ଛନ୍ଦା ଚରଣ ସେଲମା, ବଗୃ ପଧାନ, ପେସ୍କ ସମ୍ପାଦକ ରିତେଶ ମହାନନ୍ଦ, ଚାଷୀ ଦିଲୀପ ସାହୁ, କିଶୋର ଚନ୍ଦ୍ର ସାହୁ, ରଥମଣି ରଣା, ଆର୍. ଏମ୍. ସି.ରୁ ପଦ୍ମଲୋଚନ ସାହୁ, ଡି.ଇ.ଓ. ପ୍ରଭାତ ରଞ୍ଜନ ନାଗ, ନିବେଶ ପାତ୍ର, ଭରତ ଭୂଷଣ ପୁଝାରି, ଏଜେଣ୍ଟ ହରି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ପେସ୍କ ଅଧୀନରେ ଥିବା ଅଲାତରା, ଗୋଛାଡ଼େଙ୍ଗେନ,
ଡି.କର୍ଲାଖୁଣ୍ଟା ଓ ମଦନପୁର ପଞ୍ଚାୟତର ୧୫୭୨ ଜଣ ଚାଷୀ ଟୋକନ ପାଇଁ ପଞ୍ଜିକରଣ କରିଛନ୍ତି ଏବଂ ଶନିବାର ଅଲାତରା ମଣ୍ଡି ଆରମ୍ଭ ହୋଇଥିବା ବେଳେ ରବିବାର ଗୋଛାଡ଼େଙ୍ଗେନ ମଣ୍ଡି ଆରମ୍ଭ କରାଯିବ ବୋଲି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।