ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପୂର୍ବ ଧାର୍ଯ୍ୟ ଅନୁଯାୟୀ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଛି ମଣ୍ଡି । ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମ ପଞ୍ଚାୟତର ସିଲାଟି ପ୍ରାଥମିକ ସେବା ସମବାୟ ସମିତି ଠାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡି ପୂଜାର୍ଚ୍ଚନା ପରେ ଶୁଭ ଉଦଘାଟନ କରାଯାଇଥିଲା । ଏହି ଧାନମଣ୍ଡି ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ମୁଖ୍ୟ ବେସାମାରିକ ଯୋଗାଣ ଅଧିକାରୀ ନିରୋଦ କୁମାର ଦାସ, ସିଲାଟି ପ୍ରାଥମିକ ସେବା ସମିତିର ସଭାପତି ବାବୁଲୁ ବିଶି ଓ ସମ୍ପାଦକ, ବଳରାମ ପଢନ, ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୁଷ୍ଟି, ସୁବର୍ଣ୍ଣପୁର ସେବା ସମବାୟ ସମିତି ଉପ ନିବନ୍ଧକ, ସହକାରୀ ନିବନ୍ଧକ, ଉଭୟ ବେସାମାରିକ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ସମେତ ସିଲାଟି ଗ୍ରାମ ପଞ୍ଚାୟତ ଓ ବିନିକା ପଞ୍ଚାୟତ ସମିତି ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଚାଷୀ ମାନଙ୍କୁ ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଚାଷୀ ମାନଙ୍କ ଠାରୁ ଯେପରି ସହଜରେ ଓ ସୁବିଧାରେ ଧାନ କ୍ରୟ କରାଯାଇ ପାରିବ ସେଥିପାଇଁ ଉଭୟ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
Next Post