
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମ ପଞ୍ଚାୟତର ସମବାୟ ସମିତିରେ ଧାନ ମଣ୍ଡି ଆରମ୍ଭ ହୋଇଯାଇଛି । ଏହି ଧାନ ମଣ୍ଡିର ଶୁଭାରମ୍ଭ ଆରମ୍ଭ ହେବା ପାଇଁ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସମବାୟ ସମିତିର ସଭାପତି ଚୈତନ୍ୟ ମାଝି ଓ କୁଶକେଲା ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଆରମ୍ଭ ହୋଇଥିବା ଏହି ଧାନ ମଣ୍ଡି ଉପରେ ଗ୍ରାମ ପଞ୍ଚାୟତର ବହୁତ ଚାଷୀ ନିଜର ଧାନ ସହଜରେ ବିକ୍ରି କରିପାରିବେ ବୋଲି ଶ୍ରୀ ମହାନନ୍ଦ କହିଛନ୍ତି ।