କୋଟସମଲାଇ ମଣ୍ଡିରେ ମିଲରଙ୍କ ମର୍ଜିରେ ଚାଲିଛି ଧାନକିଣା : ଚେଇଁ ଶୋଇଛି ପ୍ରଶାସନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ମାଁ ସମଲେଶ୍ୱରୀ ମହିଳା ଗ୍ରୁପକୁ ଧାନକିଣା ଦାୟିତ୍ୱ ଦିଆଯାଇଛି । ଗତ ୨୫ ତାରିଖରୁ ଧାନକିଣା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୬ ଜଣ ଚାଷୀଙ୍କ ୧୧,୭୪୨ ପ୍ୟାକେଟ ଧାନ ବିକ୍ରୟ ପାଇଁ ମଣ୍ଡିରେ ପଡିରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୨,୫୯୨ କ୍ଵିଣ୍ଟାଲ ବିକ୍ରୟ ହୋଇସାରିଛି । କୋଟସମଲାଇ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଛି । ଏବେ କିଛି ଦିନ ହେଲା ମଣ୍ଡିକୁ ଭଲ ଭାବେ ଗାଡ଼ି ଆସୁନାହିଁ । ମିଲର୍ସ ଗାଡ଼ି ପଠାଉନଥିବାର ଚାଷୀ ଅଭିଯୋଗ କରିଛନ୍ତି । କୋଟସମଲାଇ ମଣ୍ଡିରେ ହଜାର ହଜାର ଧାନବସ୍ତା ପଡିଥିବା ବେଳେ ଚାଷୀ ଚିନ୍ତାରେ ରହିଛନ୍ତି । ଗାଡି ଆସୁନଥିବାରୁ ଏବେ ବି ମଣ୍ଡିରେ ୧୦ହଜାର ବସ୍ତାରୁ ଅଧିକ ଧାନ ପଡିରହିଛି । ଆସନ୍ତା ଦିନେ ଦୁଇ ଦିନ ଭିତରେ ଧାନ ଯଦି କିଣା ନ ହୁଏ କେତେକ ଚାଷୀଙ୍କ ଟୋକେନ ଲେପ୍ସ ହେବ ବୋଲି ସୂଚନା ମିଳିଛି । ଚାଷୀମାନେ ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ମିଲର୍ସ ଓ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ମଣ୍ଡିରେ ଚାଷୀଙ୍କର ଧାନ ପଡିରହିଛି । ଦିନେ ଦୁଇ ଦିନ ମଧ୍ୟରେ ଚାଷୀଙ୍କ ଧାନ ନଉଠିଲେ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.