ଖପ୍ରାଖୋଲ ବ୍ଲକ ଜୁରିଆଠାରେ ପ୍ରଥମ ରବି ଧାନ ମଣ୍ଡି ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଖପ୍ରାଖୋଲ ବ୍ଲକ୍ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି ଜୁରିଆଠାରେ ଚଳିତ ବର୍ଷ ପ୍ରଥମ ରବି ଧାନ ମଣ୍ଡି ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ପେକ୍ସ ସଭାପତି କନ୍ଦର୍ପ ସୁଆର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ଯୋଗଦେଇଥିଲେ । ପୂଜାପାଠ କରି ସାରିବା ପରେ ମୁଖ୍ୟଅତିଥି ମଣ୍ଡି ଉଦ୍‌ଘାଟନ କରିଥିଲେ । ରବିଧାନ କରିଥିବା ପଞ୍ଜିକୃତ ଚାଷୀ କିଭଳି ଠିକ୍ ଭାବରେ ଧାନ ବିକ୍ରି କରିପାରିବେ ଏବଂ ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପାଇ ପାରିବେ ସେନେଇ କହିଥିଲେ । ସୂଚନା ଅନୁସାରେ ଜୁରିଆ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ୩୧ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ପ୍ରଥମ ଦିନ ଚାଷୀ ଜୟପ୍ରକାଶ ପଟେଲଙ୍କ ୩୫ କ୍ୱିଣ୍ଟାଲ ଧାନ ବିକ୍ରି ହୋଇଥିଲା । ଏହି ଅବସରରେ ସମ୍ମାନିତ ଅତିଥି ରୂପେ ଆର୍‌ଏମ୍‌ସି ସମ୍ପାଦକ କ୍ଷମାନିଧି ଗଡ଼ତ୍ୟା, ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ଖପ୍ରାଖୋଲ ସମବାୟ ସମ୍ପାଦକ ଶ୍ରୀପତି ଭୋଇ ପ୍ରମୁଖ ଯୋଗଦେଇଥିଲେ । ସମବାୟ ନୀରିକ୍ଷକ ଟଙ୍କଧର ନାଏକ, ରାଜକିଶୋର ମେହେର, ଅକ୍ଷୟ ପଟେଲ, ସାନନ୍ଦ ଯୋଶୀ, ବିକାଶ ମେହେର ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ବ୍ଲକ୍ର ଖପ୍ରାଖୋଲ, ଧଣ୍ଡାମୁଣ୍ଡା ଓ ଲାଠୋର ପ୍ୟାକ୍ସରେ ଧାନ ମଣ୍ଡି ଖୋଲିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.

error: Content is protected !!