tur
shyamlal

ଜମିରୁ ଧାନ ଖାଇଲା ପରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ତଳଗାଁ ଫରେଷ୍ଟ ସେକସନ୍‌ରେ ଆଜକୁ ପ୍ରାୟ ୨ ମାସ ହେଲା ହାତୀପଲ ଏରିଆ ଛାଡ଼ୁନାହାନ୍ତି । ଯେତେବେଳେ ଜମିବାଡ଼ିରେ ପାଚିଲା ଧାନ ଚାଷୀ ଅମଳ କରିବାକୁ ବସିଥିଲା ସେହି ସମୟରେ ହାତୀପଲ ଧାନ ଖାଇଗଲେ । ତେବେ ଆଜି ଶନିବାର ସକାଳ ୬ଟା ବେଳେ ତଳଗାଁ ଗ୍ରାମର ପଞ୍ଚାନନ ବେହେରାଙ୍କ ଅଗଣାରେ ପରିବାର ଲୋକେ ନିଆଁ ଜାଳି ବସି ଥିବା ବେଳେ ହଠାତ୍‌ ଏକ ଦନ୍ତା ହାତୀ ମାଡି ଆସିଲା ଏବଂ ହାତୀଟି ଗୋଟିଏ କାନ୍ଥ ଭାଙ୍ଗି ଦେଇଥିଲା । ପଞ୍ଚାନନଙ୍କ ପରିବାର ଲୋକେ ଜୀବନ ବିକଳରେ ଘରକୁ ପଶି ଯାଇଥିଲେ ଏବଂ ସାହିପଡିଶା ଲୋକେ ବି ଜୀବନ ବିକଳରେ ନିଜ ନିଜ ଘର ମାନଙ୍କରେ ଲୁଚି ଯାଇଥିଲେ । ଏହି ଘଟଣାଟି ତଳଗାଁ ଫରେଷ୍ଟ ଅଫିସ ସମ୍ମୁଖରେ ବାସ କରୁଥିବା ଏକ ଗରିବ ପରିବାରରେ ଦେଖିବାକୁ ମିଳିଛି । ପୁଣି ହାତୀଟି ସେଠାରୁ ଜମି ଗହୀରରେ ଯାଇ ତେନ୍ତୁଳିପଦର ବାବୁଲା ସାହୁଙ୍କ ବାରଣ୍ଡା ଭାଙ୍ଗି ଥିବା ଜଣାପଡିଛି । ବର୍ତ୍ତମାନ ହାତୀପଲ ପାଇଁ ତଳଗାଁର ଲୋକେ ଭୟଭୀତ ହୋଇ ରହିଥିବା ବେଳେ ବନବିଭାଗ ତୁରନ୍ତ ଏହାର ପ୍ରତିକାର କରିବା ସକାଶେ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.