ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ । ସୂଚନା ଅନୁସାରେ ରମ୍ଭା ଥାନା ହୁମାଫାଣ୍ଡି ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଷ୍ଟେଟବ୍ୟାଙ୍କ ସମୁଖରେ ଅପରାହ୍ନ ୩ଟାରେ ଏକ କଣ୍ଟେନର ଟ୍ରକ ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ପରେ ସେଠାରୁ ଖସି ପଲାଇ ଯାଉଥିବା ବେଳେ ସାମନାରେ ଯାଉଥିବା ବୋଲେରୋ ଗାଡିକୁ ଧକ୍କା ଦେଇଥିଲା । ମୃତ ବୃଦ୍ଧା ହେଲେ ଝଡ଼କୁଦା ଗ୍ରାମର ହେମ ଗୌଡ଼(୬୫) । ଟ୍ରକର ବେଗ ଏତେ କ୍ଷୀପ୍ର ଥିଲା ଯେ, ଧକ୍କା ଦେବା ଫଳରେ ବୋଲେରୋଟି ଓଲଟି ପଡିଥିଲା । ବୋଲେରୋରେ ବସିଥିବା ସମସ୍ତ ପାଞ୍ଚ ଜଣ ଗରୁତର ଆହତ ହୋଇଥିଲେ । ଖବର ପାଇ ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ଘଟଣାସ୍ଥଳରେ ପହଂଚି ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ପଠାଇଥିଲେ । ଦୁର୍ଘଟଣା ବେଳେ ସେଠାରେ ଉପସ୍ଥିତ ଥିବା ହୁମା ପଞ୍ଚାୟତ ସମିତି ମେମ୍ବର ଧୃବଚରଣ ପଳେଇ ଆହତଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.