
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର-ଟିଟିଲାଗଡ ମୁଖ୍ୟ ରାସ୍ତା ବିଜାଖମନ ନିକଟରେ ଏକ ଆର୍ଟିକା କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ କାର୍ରେ ଥିବା ଚାଳକ ଓ ଅନ୍ୟ ଜଣେ ଗୁରୁୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ପଟରୁ ଟ୍ରକ୍ ଟିଟିିଲାଗଡ ପଟକୁ ଯାଉଥିଲା । ଟିଟିଲାଗଡ ପଟରୁ କାର୍ (ଓଡି ୦୩ ୟୁ ୪୬୩୭) ବଲାଙ୍ଗିର ପଟକୁ ଆସୁଥିଲା । ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍ର ଚକ ବାହାରକୁ ଚାଲିଆସିଥିବା ବେଳେ କାର୍ ସାମ୍ନା ପଟ ଭାଙ୍ଗି ଚୂରମାର ହୋଇଯାଇଛି ।