ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୮୪୨ ନୂଆ କେରୋନା ଆକ୍ରାନ୍ତ ଚିହ୍ନଟ : ମୃତ୍ୟୁସଂଖ୍ୟା ୨୪୪

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୮୪୨ ହୋଇଥିବା ବେଳେ ୨୪୪ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୭,୯୧,୦୬୧ ଓ ମୃତ୍ୟୁ ସଂଖ୍ୟା ୪,୪୮,୮୧୭ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୨୫,୯୩୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୩୮,୧୩,୯୦୩ରେ ପହଞ୍ଚିଛି । ­­­­­ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୩୦,୯୪,୫୨୯। ୧୯୯ ଦିନ ପରେ ଏହା ହେଉଛି ଦେଶରେ ସର୍ବନିମ୍ନ ସକ୍ରିୟ ସଂକ୍ରମଣ ସଂଖ୍ୟା ।

Leave A Reply

Your email address will not be published.