oom

ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଗୋବର୍ଦ୍ଧନ ଭୋଇ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୧୨ଟା ସମୟରେ ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୩୧ ତାରିଖ ଦିନ ଦେଓଗାଁ ବିଇଓ ସଂକୀର୍ତ୍ତନ୍ୟ ବାଗ ଅବସର ନେବା ପରେ ଦେଓଗାଁ ଏବିଇଓ ଅଜିତ ସାହୁଙ୍କୁ କାମଚଲା ବିଇଓ ଭାବେ ଦାୟିତ୍ୱ ଦିଆଯାଇଥିଲା । ଶ୍ରୀଯୁକ୍ତ ଭୋଇ ଦେଓଗାଁ ବିଇଓ ଭାବେ ଦାୟିତ୍ୱ ନେବା ପରେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶିକ୍ଷକମାନଙ୍କ ସମସ୍ୟାକୁ ସମାଧାନ କରାଯିବ, ଶିକ୍ଷାରୁ ବଞ୍ଚିତ ହେଉଥିବା ଓ ଦୂର ଦୂରାନ୍ତରରୁ ଆସୁଥିବା ଛାତ୍ରଛାତ୍ରୀ କିପରି ଶିକ୍ଷାର ଫାଇଦା ଉଠାଇ ପାରିବେ ତାର ପ୍ରତି ଦୃଷ୍ଟି ଦେବା ସହ ଦେଓଗାଁ ବିଇଓ କାର୍ଯ୍ୟାଳୟରେ ଥିବା କର୍ମଚାରୀ ଅଭାବକୁ ପୂରଣ କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି । ସୋମବାର ଶ୍ରୀଯୁକ୍ତ ଭୋଇ ଦାୟିତ୍ୱ ନେବା ସମୟରେ ବିଭାଗୀୟ ଅଧିକାରୀ ଶହଦେବ ମଲ୍ଲିକ, ଉପ ବିଭାଗୀୟ ଅଧିକାରୀ ହରିଶ୍ଚନ୍ଦ୍ର ଗହିର, କ୍ରିଡ଼ା ସଂଯୋଜକ ଉମେଶ ପାଣିଗ୍ରାହୀ, ଏମ୍‌ଆଇଏସ୍‌ ଲୋକନାଥ ମେହେର, ଡିଇଓ ବିଭୂରଞ୍ଜନ ଦାଶ, ଡିଇଓ ଏମଡିଏମ ଦୁର୍ବାଦଳ ସାହୁ ସହ ମନୁ ବକୁଳ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.