ଦେଓଗାଁ, (ମନୀଷ କୁମାର ସାହୁ) : କୋରୋନା ଟୀକା ନେବା ପାଇଁ ଲୋକେ ସକାଳ ୭ ଘଣ୍ଟା ସମୟରୁ ଲାଇନ ଲାଗିଥିବା ବେଳେ କର୍ମଚାରୀମାନେ ୯ ଘଣ୍ଟା ୩୦ ମିନିଟରେ ଆସୁଛନ୍ତି, ସେଥିପାଇଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେଠିକାର ସିକ୍ୟୁରୀଟି ଗାର୍ଡ ମଧ୍ୟ କୌଣସି କାର୍ୟ୍ୟରେ ଆସୁନଥିବା ଅଭିଯୋଗ ହେଉଛି । ସ୍ଲଟ ବୁକିଙ୍ଗ ହୋଇ ଆସିଥିବା ଲୋକଙ୍କ ମଧ୍ୟ ସେଠାରେ କୌଣସି ସମ୍ମାନ ରହୁ ନାହିଁ । ସେମାନେ ନିଜ ଲୋକଙ୍କୁ ଡାକି ସେଠାରେ ମଧ୍ୟ ରେଜିଷ୍ଟ୍ରେସନ କରିବାରେ ବ୍ୟସ୍ତ ରହି ଭେକ୍କ୍ସିନ ଦେବାରେ ଅବହେଳା କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଦେଓଗାଁ ବ୍ଲକରେ କୋରୋନା ସଂକ୍ରମଣ କମିବାରେ ଲାଗିଥିବା ସମୟରେ ଏମାନେ ହିଁ କୋରୋନାର ନିୟମ ଉଲଂଘନ କରିବାକୁ ଲୋକଙ୍କୁ ପ୍ରଶୟ ଦେଉଛନ୍ତି, କେହି ବି ସେଥିପାଇଁ ଦୂରତା ରକ୍ଷା କରି ନ ରହି ଆଜି କୋରୋନା କଟକଣାକୁ ଅମାନ୍ୟ କରିବାପାଇଁ ସେଠିକାର ଭେକ୍କ୍ସିନ ଦେଉଥିବା କର୍ମଚାରୀ ମାନେ ହିଁ ଦାୟୀ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ସେଠିକାର କିଛି କର୍ମଚାରୀ ବିନା ମାସ୍କରେ ବି ଡିଉଟି କରୁଥିବା ମଧ୍ୟ ଦେଖିବାକୁ ମଳିଛି । ତେଣୁ ଏହି ପ୍ରକାର ଅବ୍ୟବସ୍ଥା ପାଇଁ ମେଡିକାଲ କର୍ମଚାରୀ ହିଁ ଦାୟୀ ବୋଲି କୁହାଯାଉଛି, ଏଣୁ ଏଣିକି ଏହାର ସୁବ୍ୟବସ୍ଥା ନ କଲେ ଆଗାମୀ ଦିନରେ ଦେଓଗାଁ ବ୍ଲକରେ କୋରୋନା ସଂକ୍ରମଣ ଆହୁରି ଭୟାବହ ହେବ ତେଣୁ ଏଥି ପ୍ରତି ଧ୍ୟାନ ଦେବା ପାଇଁ ଦେଓଗାଁ ବ୍ଲକର ଲୋକମାନଙ୍କ ତରଫରୁ ଅନୁରୋଧ କରାଯାଉଛି ।
Prev Post