jayashree

ବଲାଙ୍ଗିରରୁ ବେଲଗାଁ ଜାତୀୟ ରାଜପଥ-୨୬ ପାଇଁ ମଞ୍ଜି ସଂଗ୍ରହ କଲେ ଡେଙ୍ଗ ଛତ୍ରଛାତ୍ରୀ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନିତ ଉଚ୍ଚ ବିଦ୍ୟାଳୟର ଅମରବତୀ ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବନାଞ୍ଚଳ ଅଧିକାରୀ ସଙ୍ଘମିତ୍ରା ଭୋଇ, ସମ୍ମାନିତ ଅତିଥି ଭାବରେ ଫରେଷ୍ଟର ଆଶୁତୋଷ ମହାକୁର, ଫରେଷ୍ଟଗାର୍ଡ ଦୀନବନ୍ଧୁ ବାଗ ଯୋଗଦେଇ ଥିଲେ । ସପ୍ତାହବ୍ୟାପି ହୋଇଥିବା ବିଭିନ୍ନ ଦିନରେ ମଞ୍ଜି ସଂଗ୍ରହ, ଆଲୋଚନା ଚକ୍ର, ପ୍ରତିଯୋଗିତା, ପରିବେଶ ଭିତ୍ତିକ ସଚେତନତା ଶୋଭାଯାତ୍ରା, ବୃକ୍ଷରୋପଣ ଆଦି ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିମ୍ବ, ଜାମ୍ବୁ, ଆମ୍ବ, ପଣସ, କୁସଙ୍ଗ, ଖୁଜୁରୀ, କାଜୁ ଆଦି ଲକ୍ଷେରୁ ଅଧିକ ମଞ୍ଜି ସଂଗ୍ରହ କରାଯାଇଥିଲା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱରା । ଏହା ରାସ୍ତାର ଉଭୟ ପାଶ୍ୱର୍ର ଦଶ ଫୂଟ ଦୂରତାରେ ବଲାଙ୍ଗିରରୁ ବେଲଗାଁ ଜାତୀୟ ରାଜପଥ-୨୬, ରାଜ୍ୟ ରଜପଥ, ଜିଲ୍ଲା ପଥ, ଚଲାପଥ ତଥା ବିଲର ହିଡ଼, ଖାଲି ପଡିଥିବା ପଡ଼ିଆ, ନିଜ ବାଡିପଛ ପଟରେ ରୋପଣ କରାଯିବ । ସବୁଜ ବନାନୀ ସୃଷ୍ଟି ଉଦ୍ଦେଶ୍ୟରେ ଅତିଥିଗଣ ମଞ୍ଜି ବୁଣିବା ତଥା ଚାରାରୋପଣ କାର୍ଯ୍ୟକ୍ରମର ଅନୁଷ୍ଠାନିକ ଶୁଭାରମ୍ଭ କରିଥିଲେ । ଗଛ ଲଗାଇବା ସହିତ ଗଛକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ସମୀର ସେଠୀ, ଦୀପକସେନ ଧରୁଆ, ଶିକ୍ଷୟିତ୍ରୀ ରେଣୁକା ସାହୁ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ସହୋଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିବା ବେଳେ ଶିକ୍ଷକ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.