om academy

ଟାଉନ୍‌ ହାବିଲ୍‌ଦାର୍‌ କୋଭିଡ୍‌ ଯୋଦ୍ଧା ମନୋରଂଜନ ବାରିକଙ୍କ ଦେହାନ୍ତ

jsm

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଥାନାର ଟାଉନ୍‌ ହାବିଲ୍‌ଦାର୍‌ କୋଭିଡ୍‌ ଯୋଦ୍ଧା ମନୋରଂଜନ ବାରିକ(୪୦)ଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ କରୋନା ଆକ୍ରାନ୍ତ ହେବା ପରେ ସେ ବଲାଙ୍ଗିର କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ । ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ପ୍ରାୟ ଦଶ ଦିନ ତଳେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା କୁହାଯାଇଛି । ସେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅକୁ ଛାଡ଼ି ଯାଇଛନ୍ତି । ତାଙ୍କ ନିଜ ଗାଁ ଆଗଲପୁର ବ୍ଲକ୍‌ ସାଲେଭଟା ନିକଟସ୍ଥ ଲୁହୁରାମୁଣ୍ଡା ହୋଇଥିବା ବେଳେ ତାଙ୍କ ବିୟୋଗରେ ପାଟଣାଗଡ଼ ସହ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀରକୁ ଅଣାଯିବା ପରେ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଶୁଣିବାକୁ ମିଳିଛି ।

Leave A Reply

Your email address will not be published.