ପୂର୍ବତନ ନୌସେନା ଅଧିକାରୀଙ୍କ ଦେହାନ୍ତ

ସମ୍ବଲପୁର : ସମ୍ବଲପୁର ମାଝିପାଲି ନିବାସୀ ପୂର୍ବତନ ନୌସେନା ଅଧିକାରୀ ବିଜୟ ପଟେଲ(୭୦)ଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ନୂଆପଡା ଜିଲ୍ଲାର ରାଜଖରିଆର ମୂଳ ନିବାସୀ ସ୍ୱର୍ଗତ ପଟେଲ ଭାରତୀୟ ନୌସେନାରୁ କ୍ୟାପଟେନ୍‌ ରୂପେ ଅବସର ଗ୍ରହଣ କରିବା ପରେ ସମ୍ବଲପୁରର ମାଝିପାଲିଠାରେ ରହି ଆସୁଥିଲେ । କିଛି ଦିନ ତଳେ ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବୁଧବାର ତାଙ୍କର ପରଲୋକ ହୋଇଯାଇଛି । ସେ ତାଙ୍କ ପରେ ପତ୍ନୀ ଚିତ୍ରା ପଟେଲ, ୨ ଝିଅ ଓ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି । ସ୍ଥାନୀୟ ରାଜଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.